ଅଶୋକ ଦାସ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ,ୟୁନିୟନ୍ ସ୍ପୋର୍ଟିଂ ଚାମ୍ପିୟନ୍

0

ଯାଜପୁର ବାଳାଶ୍ରମ ପଡ଼ିଆ ରେ ୯ମ ଅଶୋକ ଦାସ ମେମୋରିଆଲ୍ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ୍ ରେ ୟୁନିୟନ୍ ସ୍ପୋର୍ଟିଂ କଟକ ଓ ସୋଲାର କ୍ଲବ୍ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ପ୍ରଥମେ ସୋଲାର କ୍ଲବ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମେ ସୋଲାର କ୍ଳବ୍ ନିର୍ଦ୍ଧାରିତ ୩୦ ଓଭର ମଧ୍ୟରୁ ୨୯.୧ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୧୩୦ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ସୌଭାଗ୍ୟ ମିଶ୍ର ୪୭ରନ୍ ଓ ତନ୍ମୟ ମହାନ୍ତି ୪୦ର୍ ସଂଗ୍ରହ କରିଥିଲେ । ୟୁନିୟନ୍ ସୋଟିଂ ଦଳ ତରଫରୁ ତପେନ୍ଦ୍ର ସିଂ ୬ଓଭର ବୋଲିଂ କରି ୧୬ରନ୍ ଦେଇ ୬ଗୋଟି ଓ ଅନୁରାଗ କାନୋଜିଆ ୫ଓଭର ବୋଲିଂ କରି ୨ ଗୋଟି ଅକ୍ତିଆର କରିଥିଲେ । ଏହାର ଜବାବରେ ୟୁନିୟନ୍ ସ୍ପୋର୍ଟିଂ ନିଦ୍ଧାରିତ ୩୦ ଓଭର ମଧ୍ୟରୁ ୧୭.୨ ଓଭର ଖେଳି ୧ୱିକେଟ୍ ହରାଇ ୧୩୧ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା । ୟୁନିୟନ୍ ସ୍ପୋର୍ଟିଂ ଦଳ ତରଫରୁ ଜ୍ୟୋତି ରଞ୍ଜନ ଦଳେଇ ୫୮ ରନ୍ ଓ ଅନୁରାଗ କାନୋଜିଆ ୫୩ରନ୍ ସଂଗ୍ରହ କରିଥିଲେ । ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ତପେନ୍ଦ୍ର ସିଂ ବିବେଚିତ ହୋଇଥିଲେ । ଫାଇନାଲ୍ ମ୍ୟାର ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ସଭାପତି ପଙ୍କଜ ଲୋଚନ ମହାନ୍ତି, ଓଡ଼ିଶା ସିନେତାରକା ଅରିନ୍ଦମ୍ ରାୟ, ସନ୍ତୋଷ ଦାସ, ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, ଜିଲ୍ଲା କ୍ରିକେଟ୍ ଆସୋସିଏ ଯୁଗ୍ଧ ସମ୍ପାଦକ ଜ୍ଞାନ ଚାନ୍ଦ ଦାସ, ପ୍ରଧ୍ୟାପକ ବଟକୃଷ୍ଣ ମହାପାତ୍ର, ପଦାରବିନ୍ଦ ପରିଡ଼ା, ଅଭୟ ବଲ୍ଲଭ ପଣ୍ଡା, ପ୍ରମୁଖ ଚାମ୍ପିୟନ ଦଳ ଓ ରନର୍ସଅପ୍ ଦଳକୁ ପୁରସ୍କୃତ କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ୨୦୨୦ ମସିହାର ଅଶୋକ ଦାସ ୮ମ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେ ର ଫାଇନାଲ୍ ମ୍ୟାଚ୍ ବିଗତ ବର୍ଷ ମହାମାରୀ କରୋନା ଯୋଗୁଁ ସୁଗିତ ଥିବା ବେଳେ ଏ ବର୍ଷ ଖେଳା ଯାଇଥିବା ଫାଇନାଲ୍ ମ୍ୟାରେ ୟୁନିୟନ୍ ସୋର୍ଟ କଟକ ଓ ଛତିଶଗଡ଼ ଫରେଷ୍ଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଫାଇନାଲ୍ ମ୍ୟାଚ୍ ୟୁନିୟନ୍ ସୋର୍ଟ କଟକ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭର ମଧ୍ୟରୁ ୨୮.୧ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଛତିଶଗଡ଼ ଫରେଷ୍ଟ ନିଦ୍ଧାରିତ ୩୦ ଓଭର ମଧ୍ୟରୁ ୨୫.୪ଓଭର ଖେଳି ୩ୱିକେଟ୍ ହରାଇ ୧୬୩ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା । ଆଜିର ଏହି ଫାଇନାଲ୍ ମ୍ୟାରେ ସାମ୍ବାଦିକମାନଙ୍କୁ ସମ୍ମାନିତ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ଏହି ମ୍ୟାଚକୁ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ଉପ-ସଭାପତି ଅଭୟ ବଲ୍ଲଭ ପଣ୍ଡା, ମନୋଜ ସାହୁ, ଶୁଭାସିଷ ରାଉତ, ସେକ୍‌ ଶାହାଜୁଦ୍ଦିନ୍, ଶ୍ରୀଜୟ ମହାପାତ୍ର, ପ୍ରଶାନ୍ତ ସାମଲ, ସରିତ୍ ରଞ୍ଜନ ଦାସ, ଆଶିଷ ମହାନ୍ତି, ଲୋକନାଥ ବେହେରା, ପାର୍ଥସାରଥ ବେହେରା, ଦୀପକ ଦାସ, ଜ୍ଞାନ ଘଡ଼ାଇ, ଦେବ କୁମାର, ସଞ୍ଜୟ ବେହେରା, ସେକ୍ ମୂଜା, ସଚ୍ଚିଦାନନ୍ଦ ଜେନା ପ୍ରମୁଖ ଖେଳ ପରିଚାଳନାରେ ସାହାଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page