‘ଆଇପିଏଲ୍‌’ ନିଲାମର ଦ୍ବିତୀୟ ଦିବସ: ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ଟଙ୍କାରେ ବିକ୍ରୟ ହୋଇଛନ୍ତି ଇଂଲଣ୍ଡ୍‌ର ଲିଆମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌

0

ବେଙ୍ଗାଲୁରୁ: ଆଜି ‘ଆଇପିଏଲ୍‌’ ନିଲାମର ଦ୍ବିତୀୟ ଦିବସରେ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ଟଙ୍କାରେ ବିକ୍ରୟ ହୋଇଛନ୍ତି ଇଂଲଣ୍ଡ୍‌ର ଅଲ୍‌-ରାଉଣ୍ଡର୍‌ ଲିଆମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌। ତାଙ୍କୁ ୧୧.୫୦ କ‌ୋଟି ଟଙ୍କାରେ କିଣିଛି ‘ପଞ୍ଜାବ କିଙ୍ଗ୍‌ସ୍‌’।

ସୂଚନାଯୋଗ୍ୟ, ଭଲ ଅଛନ୍ତି ବୋଲି ‘ଆଇପିଏଲ୍‌’ ନିଲାମକାରୀ ହ୍ୟୁଗ୍‌ ଏଡ୍‌ମିଡିସ୍‌ଙ୍କ ବାର୍ତ୍ତା ସହ ଆଜି ବେଙ୍ଗାଲୁରୁରେ ଆରମ୍ଭ ହୋଇଛି ‘ଆଇପିଏଲ୍‌ ୨୦୨୨’ର ଦ୍ବତୀୟ ଦିବସ ନିଲାମ ଆରମ୍ଭ ହୋଇଛି। ଆଜି ନିଲାମ ଡାକୁଛନ୍ତି ଚାରୁ ଶର୍ମା।

ଆଜିର ନିଲାମରେ ପ୍ରଥମେ ବିକ୍ରୟ ହୋଇଥିବା ଖେଳାଳି ହେଉଛନ୍ତି ଦକ୍ଷିଣ ଆଫ୍ରିକାର ବ୍ୟାଟସ୍‌ମ୍ୟାନ୍‌ ଏଡେନ୍‌ ମାର୍‌କ୍ରାମ୍‌। ତାଙ୍କୁ ‘ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌’ ୨.୬୦ କୋଟି ଟଙ୍କାରେ ଖରିଦ କରିଛି। ୧ କୋଟି ଟଙ୍କା ବିନିମୟରେ ‘କୋଲ୍‌କାତା ନାଇଟ୍‌ ରାଇଡର୍ସ’ ଆଜିଙ୍କ୍ୟ ରାହାଣେଙ୍କୁ କ୍ରୟ କରିଛି। ବ୍ୟାଟ୍ସ୍‌ମ୍ୟାନ୍‌ ମନଦୀପ ସିଂହଙ୍କୁ ମାତ୍ର ୧.୧୦ କୋଟି ଟଙ୍କାରେ କ୍ରୟ କରିଛି। ‘ଦିଲ୍ଲୀ କ୍ୟାପିଟାଲ୍‌ସ୍‌’।

ଇଂଲଣ୍ଡ୍‌ର ଅଲ୍‌-ରାଉଣ୍ଡର୍‌ ଲିଆମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କୁ ୧୧.୫୦ କ‌ୋଟି ଟଙ୍କାରେ କିଣିଛି ‘ପଞ୍ଜାବ କିଙ୍ଗ୍‌ସ୍‌’। ଭାରତୀୟ ଅଲ୍‌-ରାଉଣ୍ଡର୍‌ ଜୟନ୍ତ ଯାଦବଙ୍କୁ ୧.୭୦ କୋଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧.୪୦ କୋଟି ଟଙ୍କାରେ ଖରିଦ କରିଛି ‘ଗୁଜରାଟ ଟାଇଟନ୍‌ସ୍‌’। ଓଡିନ୍‌ ସ୍ମିଥ୍‌ଙ୍କୁ ୬ କୋଟି ଟଙ୍କାରେ ଖରିଦ କରିଛି ‘ପଞ୍ଜାବ କିଙ୍ଗ୍ସ୍‌’। ଦକ୍ଷିଣ ଆଫ୍ରିକାର ବାମହାତି ସ୍ପେସର୍‌ ମାର୍କୋ ଜାନ୍‌ସେନ୍‌ଙ୍କୁ ୪.୨ କୋଟି ଟଙ୍କାରେ ନିଲାମ ଧରିଛି ‘ସନ୍‌ ରାଇଜର୍ସ ହାଇଦ୍ରାବାଦ’।

ସେହିପରି, ଅଲ୍‌-ରାଉଣ୍ଡର୍‌ ଶୁଭମ୍‌ ଦୁବେଙ୍କୁ ୪ କ‌ୋଟିରେ ‘ଚେନ୍ନାଇ ସୁପର୍‌ କିଙ୍ଗ୍ସ’ ଏବଂ କେ. ଗୌତମଙ୍କୁ ‘ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌’ ୯୦ ଲକ୍ଷ ଟଙ୍କାରେ ଖରିଦ କରିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page