କନ୍ଧମାଳ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୪୩ ଛୁଇଁଲା

0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ରବିବାର ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ୧୦ଜଣ ପଜିଟିଭ କୁ ମିଶାଇ ଏ ଯାଏ ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି । ଫଳରେ ପ୍ରଶାସନର ଚିନ୍ତା ବଢିଯାଇଛି । ଆଜି ଫୁଲ ବାଣୀ ସହରରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଟିକାବାଲିରୁ ଜଣେ, ଚକାପାଦରୁ ୩ ଜଣ, ବାଲିଗୁଡ଼ାରୁ ଜଣେ ସିଆରପିଏଫ ଜବାନ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ରାଇକିଆରୁ ୨ ଜଣ
ତୁମୁଡିବନ୍ଧ ଅଞ୍ଚଳରୁ ଜଣେ କରୋନା  ଯୋଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ବର୍ତ୍ତମାନ ସୁଧା ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ସୁତ୍ରରୁ ଜଣାପଡିଛି ।  କରୋନା     ପୁଣି କାୟା ବିସ୍ତାର କରି ଚାଲିଥିବାରୁ ପ୍ରଶାସନ ପକ୍ଷରୁ ମାସ୍କଚେକିଙ୍ଗ ଓ ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦିଆଯାଉଛି। ଏ ନେଇ ପୋଲିସ ଓ ପ୍ରଶାସନ ତରଫରୁ  ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ହାତ ବାରମ୍ବାର  ଧୋଇ ସଫା ରଖିବା ନେଇ ସଚେତନ ମଧ୍ଯ କରୁଛି l 

Leave a Reply

Your email address will not be published. Required fields are marked *

You cannot copy content of this page