ଘରୁ ତାଲା ଭାଙ୍ଗି ଟଙ୍କା, ସୁନା ଲୁଟ, ଯୁବକ ଅଟକ

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ସୁରାଦେଇ ଗ୍ରାମରେ ରହୁଥିବା ସୁନା ଦୋକାନୀ ନିରଞ୍ଜନ ପୃଷ୍ଟି ସପରିବାର ଘରେ ନଥିବା ବେଳେ ତାଙ୍କ ଘର ତାଲା ଭାଙ୍ଗି ଚୋରୀ ହୋଇଥିବା ଖଜୁରୀପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ ନିରଞ୍ଜନ ତାଙ୍କର ପରିବାର ସହ ୨୨ ତାରିଖ ଅପରାହ୍ନରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଲୁଣିବାହଲ ଅଞ୍ଚଳକୁ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ।ପରଦିନ ୨୩ ତାରିଖ ଅପରାହ୍ନରେ ଘରକୁ ଫେରିବା ସହ ଘରର ଦୁଇଟି ବଖରା ତାଲା ଭଙ୍ଗା ଯାଇଥିବା ଦେଖି ତୁରନ୍ତ ପୋଲିସ କୁ ସୂଚନା ଦେବା ସହ ଥାନାରେ ଲିଖିତ ଏତଲା ଦେଇଥିଲେ। ନିରଞ୍ଜନଙ୍କ ଅଭିଯୋଗ ଅନୁଯାୟୀ ଏସଆଇ ବିକାଶ କୁମାର ମଲ୍ଲିକ,ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ପ୍ରମୁଖଙ୍କ ସହ ସନ୍ଧାନୀ କୁକୁର ଟିମ ଆସି ଅନୁସନ୍ଧାନ କରିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଘରକୁ ସନ୍ଧାନୀ କୁକୁର ପ୍ରବେଶ କରିଥିଲା।
