Uncategorized ବେଲଘର ବନାଞ୍ଚଳରେ ବାଘ ଆତଙ୍କ SANKETKHABAR March 26, 2021 0 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ବେଲଘର ବନାଞ୍ଚଳର ଗୁମା ବିଭାଗ ଅନ୍ତର୍ଗତ ତଗାପାଙ୍ଗା ଜଙ୍ଗଲରେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ବନବିଭାଗ ନିକଟରେ । ବଳଦ ମାଲିକ ସୁରେଶ୍ୱର ମଲ୍ଲିକଙ୍କ ଅଭିଯୋଗ ପ୍ରକାରେ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଫରେଷ୍ଟରଙ୍କ ସମେତ ବନକର୍ମଚାରୀ ପ୍ରାଣୀ ଚିକିତ୍ସକଙ୍କୁ ସାଥିରେ ନେଇ ଘଟଣାସ୍ଥଳରେ ପହଁଚି ମୃତ ବଳଦର ଶବ ବ୍ୟବଚ୍ଛେଦ କରିବାସହ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଥିବାରୁ ଅଞ୍ଚଳବାସୀଙ୍କୁ ଜଙ୍ଗଲକୁ ନଯିବା ପାଇଁ ପରାମର୍ଶ ଦିଆଯିବା ସହ ବନ କର୍ମଚାରୀଙ୍କ ପକ୍ଷରୁ ସେହି ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ବଳଦର ମାଲିକଙ୍କୁ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । Continue Reading Previous ସୁକିନ୍ଦାରେ ବିଜେଡିର ମିଶ୍ରଣ ପର୍ବ,ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ସାମିଲ ହେଲେ।Next ୨୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ସହ ଦୁଇ ଜଣ ଗିରଫ More Stories Uncategorized ଆଦିବାସୀ-ମହିଳାଙ୍କୁ କୁଶଳୀ କରିବାକୁ ୧୨ କୋଟିର ବ୍ୟୟ ବରାଦ Meinstyn Solutions June 24, 2021 0 Uncategorized ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ MANOJ KUMAR June 15, 2021 0 Uncategorized ବାଲିଗୁଡା ସିଆରପିଏଫର ୩୧ତମ ସ୍ଥାପନା ଦିବସ ପାଳିତ SANKETKHABAR April 4, 2021 0 Leave a Reply Cancel replyYour email address will not be published. Required fields are marked *Comment * Name * Email * Website Notify me of follow-up comments by email. Notify me of new posts by email. Δ