ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

0

ଉୂବନେଶ୍ୱର(ସଙ୍କେତ ଖବର): ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଆଉ ନାହାନ୍ତି। ଆଜି ଉୂବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ଅମରେନ୍ଦ୍ର ମହାନ୍ତିଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ ‘ବୁଲୁ’ ନା ରେ ବେଶ ଲୋକପ୍ରିୟ ଥିଲେ। ବହୁ ଭଜନ, ହିଟ୍ ଫିଲ୍ମ, ଆଲବମ୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମରେନ୍ଦ୍ର। ସେ କିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇ ଉୂବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଯାଇଛି ।
ଉଲ୍ଲେଖ ଯୋଗ୍ୟ ଯେ, ୧୯୫୮ ମହିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଦକ୍ଷ ସଂଙ୍ଗୀତ ନିର୍ଦ୍ଦେଶକ ସହ ସ୍ୱର ସଂଯୋଜନାରେ ନିଖୁଣ ଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *

You cannot copy content of this page