ଆସିକା ଗୋଲାପଲ୍ଲି ଅଂଚଳରେ ବନ୍ଦ କୋଠରୀରୁ ମହିଳାଙ୍କ ମୃତ ଦେହ ଜବତ

0

ଗଞ୍ଜାମ (ସଙ୍କେତ ଖବର) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ କଲେଜଛକ ଗୋଲାପଲ୍ଲି ଅଂଚଳରେ ଏକ ବନ୍ଦ କୋଠରୀରୁ ମୃତ ମହିଳାଙ୍କ ଶବ ଠାବ ହେବାସହିତ, ଦୁଇମାସର ଶିଶୁ କନ୍ୟାକୁ ପ୍ରଶାସନିକ ଅଧିକାରୀ ମାନେ ଉଦ୍ଧାର କରିଛନ୍ତି । କୋଭିଡ଼ କଟକଣା ଯୋଗୁ ମୃତ ମହିଳାଙ୍କ ଶବ ପାଖକୁ ପଡ଼ୋଶୀ ମାନେ କେହି ଯାଇନଥିଲେ । ଶିଶୁ କନ୍ୟାର କାନ୍ଦ ଶୁଣି ଅଞ୍ଚଳବାସୀ ଏନେଇ ଥାନାକୁ ସୂଚନା ଦେବାପରେ ଘଟଣା ସ୍ଥଳରେ ଆସିକା ଥାନାଧିକାରୀ ପ୍ରଶାନ୍ତ ସାହୁ । ବରଗାଁ ସମିତିସଭ୍ୟ ଶିବ ନାହାକ ସହିତ କିଛି ସ୍ୱେଚ୍ଛାସେବି ପିପି କିଟ ପରିଧାନ କରି ଶବ ଉଦ୍ଧାର କରିବାରେ ପ୍ରଶାସନକୁ ସହଯୋଗ କରିଥିଲେ । ୩୦ ବର୍ଷୀୟ ମୃତ ଝିଲି ସେଠିଙ୍କ ଶବ ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଉଦ୍ଧାର ଶିଶୁ କନ୍ୟାକୁ ବ୍ରହ୍ମପୁର ବଡ଼ ମେଡିକେଲ ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚାଇଲଡ଼ ଲାଇନକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ସୂଚନା ମୁତାବକ ମୃତ ଝିଲ୍ଲି ସେଠି ପାଣିବନ୍ଦ ଗ୍ରାମର ହୋଇଥିବା ବେଳେ ସେ ମାମୁଢ଼ି଼ଅ ଗ୍ରାମର ସଞ୍ଜୟ ସାହୁଙ୍କୁ କିଛି ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ବାହାଘର ପରେ ଉଭୟେ କଲେଜ ଛକ ସ୍ଥିତ ଗୋଲାପଲ୍ଲି ଅଂଚଳରେ ଭଡା ଘରେ ରହୁଥିଲେ । ପରିବାର ପ୍ରତି ପୋଷଣ ପାଇଁ ସଞ୍ଜୟ ସୁରାଟକୁ ଯାଇଥିବା ବେଳେ ଇତି ମଧ୍ୟରେ ତାଙ୍କର କନ୍ୟା ସନ୍ତାନଟି ଜନ୍ମ ହୋଇଥିଲା । ସେପଟେ ଆସିକା ପୋଲିସ ଘଟଣାର ସର୍ମ୍ପରେ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

You cannot copy content of this page