କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ।

0

ଯାଜପୁର (ସଙ୍କେତ ଖବର) : ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ବାଲିଚନ୍ଦ୍ରପୁର ଅଂଚଳର ଜଣେ ସାମ୍ବାଦିକଙ୍କ ଶନିବାର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ବାଲିଚନ୍ଦ୍ରପୁର ଅଂଚଳର ସାମ୍ବାଦିକ ରତିକାନ୍ତ ବଳ(୩୮) ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । କରୋନାରେ ଆକ୍ରାନ୍ତ ହେବା ପରେ ଘରେ ସଙ୍ଗରୋଧରେ ରହି ଔଷଧ ଖାଉଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ରେ ସୁଧାର ନଆସିବାରୁ ତାଙ୍କୁ ପ୍ରଥମେ ଯାଜପୁର ଟାଉନ କୋଭିଡ୍ କେୟାର ସେଂଟର ଓ ପରେ ଡୁବୁରୀ ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ ରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ସେଠାରେ ସେ ଚିକିତ୍ସିତ ହେଉଥିବା ବେଳେ ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କୋଭିଡ୍ ହସ୍ପିଟାଲକୁ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଠାରୁ ପ୍ରକାଶ । ଯୁବ ସାମ୍ବାଦିକ ରତିକାନ୍ତଙ୍କ ଅକାଳ ବିୟୋଗରେ ବଡଚଣା ଅଂଚଳର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ବାଲିଚନ୍ଦ୍ରପୁର ଅଂଚଳର ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ତାରିଣି ମନ୍ଦିରରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସାମୁହିକ ଦୀପ ଦାନ କରିଥିଲେ । ଦୀପଦାନ କାର୍ଯ୍ୟକ୍ରମରେ ବାଲିଚନ୍ଦ୍ରପୁର ଥାନାଧିକାରୀ ସୁକାନ୍ତ କୁମାର ପାତ୍ର, ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ, ପ୍ରଦିପ୍ତ କୁମାର ପୃଷ୍ଟି, ଅମରେନ୍ଦ୍ର ସିଂହ, ପ୍ରକାଶ ଚନ୍ଦ୍ର ସାମଲ, ପ୍ରବାଶ ଦାଶଙ୍କ ସମେତ ବାଲିଚନ୍ଦ୍ରପୁର ଅଂଚଳର ସମସ୍ତ ସାମ୍ବାଦିକ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page