କରୋନା ଟୀକା କିଣିବା ନିମନ୍ତେ ଗ୍ଲୋବାଲ ଟେଣ୍ଡର ଆହ୍ଵାନ- ମୁଖ୍ୟ ଶାସନ ସଚିବ ।

ଭୁବନେଶ୍ବର (ସଙ୍କେତ ଖବର): ରାଜ୍ୟରେ କରୋନା ଲଢେଇକୁ ଅଧିକ ଲକ୍ଷଭେଦୀ ଓ ଫଳପ୍ରଶ୍ନ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅପରାହ୍ନରେ ରାଜ୍ୟବାସୀଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରଥମେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା କୋଭିଡ ଲଢେଇରେ ପ୍ରତ୍ୟକ ଜୀବନ ମୁଲ୍ୟବାନ । ଏ ଦିଗରେ ଆଜି ରାଜ୍ୟ ସରକାର ୨ ଟି ବଡ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।
ରାଜ୍ୟ କ୍ୟାବିନେଟର ନିଷ୍ପତି ଅନୁସାରେ କରୋନା ଟୀକା କିଣିବା ପାଇଁ ଇତି ମଧ୍ୟରେ ଗ୍ଲୋବାଲ ଟେଣ୍ଡର ଆହ୍ଵାନ କରାଯାଇଛି । ଓଡିଶା ରାଜ୍ୟ ଔଷଧ ନିଗମ ଲି, ମାଧ୍ୟମରେ ପ୍ରାୟ ୩.୮ କୋଟି ଟୀକା କ୍ରୟ କରାଯିବ । ଜନସାଧାରଣଙ୍କୁ ଶୀଘ୍ର ଟୀଳା ଯୋଗାଇବା ଲକ୍ଷ୍ୟ ସାଧନ ନିମନ୍ତେ ଏହି ଟେଣ୍ଡର ମାଧ୍ୟମରେ ୪ ମାସ ମଧ୍ୟରେ ଟୀଳା କ୍ରୟ ପାଇଁ ଚେଷ୍ଟା କରାଯାଇଛି । ଏହି ଗ୍ଲୋବାଲ ଟେଣ୍ଡରରେ ବିଶ୍ବର ଯେକୌଣସି ଦେଶର ଟୀକା ଉତ୍ପାଦନକାରୀ କମ୍ପାନୀମାନେ ଭାଗ ନେଇ ପାରିବେ । ଚଳିତ ମେ ମାସ ୧୯ ତାରିଖ ଦିନ ପ୍ରି-ବିଜ ବୈଠକ ଅନୁଷ୍ଠିତ ହେବ ଏବଂ ଏହି ମାସ ୨୮ ତାରିଖ ଟେଶର ଗ୍ରହଣ ପାଇଁ ଶେଷ ତାରିଖ ରଖାଯାଇଛି ।
କୋଭିତ ମୁକାବିଲା ନିମନ୍ତେ ସର୍ବୋଚ୍ଚମ ବିଜ୍ଞାନ ଓ ତଥ୍ୟଭିଲିକ ପରାମର୍ଶ ଦେବା ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରାଯାଇଛି । ଖ୍ୟାତିସମ୍ପନ୍ନ ଡାଲୁର କେ, ଶ୍ରୀନାଥ ରେଜୀ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । ଏହି କମିଟି ରାଜ୍ୟରେ ଟିକାକରଣ ଏବଂ ଭବିଷ୍ୟତରେ ସମ୍ଭାବ୍ୟ କରୋନା ଲହରକୁ ସାମନା କରିବା ପାଇଁ ଭିରିଭୂମି ଟେକ୍ନୋଲୋଜି ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ପ୍ରାମାଣିତ ସର୍ବୋତ୍ତମ ପଦ୍ଧଟି ବିଷୟରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ । ଡାକ୍ତର ଦେବୀ ସେଠୀ, ଡାକ୍ତର ରମାକାନ୍ତ ପଣ୍ଡାଙ୍କ ସମେତ ଖ୍ୟାତନାମା ବୈଜ୍ଞାନିକମାନଙ୍କୁ ଏହି କମିଟିରେ ସଦସ୍ୟ ଭାବେ ଗ୍ରହଣ କରାଯାଇଛି ଓଡିଶା ଭେଷଜ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ( ଊଗଋଞ ) ଏହାର ଆବାହକ ରହିଛନ୍ତି ।
ଶ୍ରୀ ମହାପାତ୍ର ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ, ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର କୋରିତ ସ୍ଥିତି ଏବଂ ଏହାର ମୁକାବିଲା କାର୍ୟ୍ୟକ୍ରମ ଉପରେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି ଏବଂ ପ୍ରତିଦିନ କାର୍ୟ୍ୟକୁ ଅନୁଧ୍ୟାନ କରୁଛନ୍ତି । ରାଜ୍ୟର ୧୦ ଟି ଜିଲ୍ଲା ଯଥା-ଭଦ୍ରକ, ବଲାଙ୍ଗିର, ଦେବଗଜ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ ଓ ଝାରସୁଗୁଡା ଆଦି ଜିଲ୍ଲାରେ ଗତ ୨ ସପ୍ତାହ ମଧ୍ୟରେ କରୋନ ସଂକ୍ରମଣ ହାର ପ୍ରାୟତା ସ୍ଥିର ରହିଛି ବା ଜମିବାକୁ ଆରମ୍ଭ କରିଛି । ତେବେ ବିଗତ ୧୦ ଦିନ ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ରୁ ୧୨ ହଜାର ମଧ୍ୟରେ ରହିଛି । ବର୍ତ୍ତମାନ ସାରା ରାଜ୍ୟରେ ଲକ ଡାଉନ କଟକଣା ଜାରି ରହିଛି ଜନ ସାଧାରଣ ଏହି କଟକଣାକୁ ହାଲୁକା ଭାବେ ନନେଇ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ନିବେଦନ କରିଛନ୍ତି, ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଥିଲେ । ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରଖୁବା, ଘର ଭିତରେ ରହିବା, ନିହାତି ଦରକାର ନଥିଲେ ବାହାରକୁ ନଯିବା, ବାହାରକୁ ଯିବା ସମୟରେ ଭିଡଠାରୁ ଦୂରେଇ ରହିବା ଆଦି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ବାରୋପ କରିଥିଲେ
କରୋନା ଉଦେଇରେ ନିୟୋଜିତ ରାଜ୍ୟର ଡାକ୍ତର,ସ୍ବାସ୍ଥ୍ୟ ଅଧିକାରୀ , ସ୍ଵାସ୍ଥ୍ୟକର୍ମୀ ଓ କର୍ମଚାରୀମାନେ ଦିନରାତି କଠିନ ପରିଶ୍ରମ କରୁଛନ୍ତି । ନିଜର ଜୀବନକୁ ବିପନ୍ନ କରି ସେମାନେ ସେବା ଯୋଗାଉଛନ୍ତି । ଏମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମୁଖ୍ୟଶାସନ ସଚିବ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ଆମେ ସମସ୍ତେ ମିଳିମିଶି ଚେଷ୍ଟାକଲେ ଆସନ୍ତା କିଛିଦିନ ମଧ୍ୟରେ କରୋନା ସଂକ୍ରମଣକୁ ପୂର୍ଣ୍ଣମାତ୍ରାରେ ନିୟନ୍ତ୍ରଣାଧୀନ କରିପାରିବ। ।
ପରେ ପରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ସଞ୍ଜୟ କୁମାର ସିଂହ ପ୍ରେସ ବିବୃତ୍ତିରେ ଯୋଗ ଦେଇ କହିଥିଲେ ଯେ, ଆମ୍ଭେମାନେ ବର୍ତ୍ତମାନ ଏକ ଗଭୀର ସମସ୍ୟା ମଧ୍ୟରେ ଗତି କରୁଛନ୍ତି । କରୋନା ଭଳି ଏକ ଆଦେଖା ଶତ୍ରୁ ସହ ଲଢେଇ କରୁଛନ୍ତି ଆପଣମାନଙ୍କ ସହଯୋଗ ଏହି ଲଢେଇକୁ ଫଳପ୍ରସୂ କରିବ । କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ସୂଚନା ଓ ଡାକ୍ତରୀ ପରାମର୍ଶ ଦେବା ପାଇଁ ୧୯୨୯ କଲ୍ ସେଣ୍ଟରକୁ ଆହୁରି ସୁଦୃଢ କରାଯାଇଛି । ଏଥିରେ ଥିବା ୨୫ ଟି ଲାଇନ ସହ ବର୍ତ୍ତମାନ ଆଉ ୫ଟି ଲାଇନ ଯୋଡା ଯାଇଛି । ଏକାଳୀ ରହୁଥିବା ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କର କରୋନା ପରୀକ୍ଷା, ଚିକିତ୍ସା ଏବଂ ଟୀକାକରଣ ଆଦି ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଇଛି । ଏହି ବରିଷ୍ଠ ନାଗରିକମାନେ ୧୯୨୯ ର ସାହାଯ୍ୟ ନେଇପାରିବେ । ସେମାନଙ୍କ ଠାରୁ ମୋବାଇର ନ୍ୟାନ ମାଧ୍ୟମରେ ସ୍ବାବ ସଂଗ୍ରହ କରାଯିବ ଏବଂ ଟୀକାକରଣ ନିମନ୍ତେ ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇଦିଆଯିବ ବୋଲି କମିଶନର ଶ୍ରୀ ସିଂହ କହିଥିଲେ । ଏହି ବ୍ୟବସ୍ଥା ଆସନ୍ତା ସୋମବାର ଠାରୁ କାର୍ଯ୍ୟକାରୀକରାଯିବା ନିମନ୍ତେ ପଦକ୍ଷେପ ନିଆଯାଇଛି ଏହା ବ୍ୟତୀତ ଭୁବନେଶ୍ୱରରେ ବିଭିନ୍ନ କୋରିଡ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢାଇବାର ବ୍ୟବସ୍ଥା କରାଯାଇଛି । ୧୯୨୯ କଲ୍ ସେଣ୍ଟର ବ୍ୟବସ୍ଥାକୁ ୨୪ ଢ ୭ ଭିଭିରେ ଅଧିକ କାର୍ୟ୍ୟକ୍ଷମ କରାଯାଇଛି । ଭୁବନେଶ୍ୱର ଜନସାଧାରଣ ଏହି କଲ୍ ସେଣ୍ଟର ସେବାର ସୁଯୋଗ ନେବାକୁ ବି ଏମ ସି କମିଶନର ଶ୍ରୀ ସିଂହ କହିଥିଲେ ।