କରୋନା ପରିଚାଳନା ପାଇଁ ବିବିଧ ସବ୍‌-କମିଟି ଗଠିତ : ଦାୟିତ୍ୱରେ ବରିଷ୍ଠ ଅଧିକାରୀ ।

0

ଯାଜପୁର,(ସଂକେତ ଖବର)
କରୋନା ମହାମାରୀକୁ ପ୍ରତିହତ କରିବାକୁ ହେଲେ ଅଧିକ ପରୀକ୍ଷା ନିରୀକ୍ଷା ଜରୁରୀ । ତେଣୁ ଯାଜପୁର ଜିଲ୍ଳ୍‌ାରେ ଅଧିକ ସଂଖ୍ୟକ ପରୀକ୍ଷା ନିରୀକ୍ଷା ପାଇଁ ଭିତିଭୂମି ସୁଦୃଢ ସହ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଚ୍ଥି । ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କୁ ବିବିଧ ଦାୟିତ୍ୱ ଦିଆଯାଇ ନିୟମିତ ସମୀକ୍ଷା କରାଯାଉଚ୍ଥି ବୋଲି ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ବୁଧବାର ଅପରାହ୍ନରେ ଜିଲ୍ଳ୍‌ପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ କୋଭିଡ ପରିଚାଳନା ନିମିତ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ଏକ ବୈଠକ ଅତ୍ନଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍‌ାପାଳ ଶ୍ରୀ ଦାସ କୋଭିଡ ବିରୁଦ୍ଧରେ ଯୁଦ୍ଧ ଏକ ଲମ୍ୱା ସମୟର ହୋଇଥିବାରୁ ଆମ ଜିଲ୍ଳ୍‌ାରେ ତାହାକୁ ସଂପୂର୍ଣ୍ଣ ପ୍ରତିହତ କରିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ । ସରକାରୀ କର୍ମଚାରୀ , କୋଭିଡ ଯୋଦ୍ଧାଙ୍କ ସହ ସାଧାରଣ ଜନତାର ଭୂମିକା ମଧ୍ୟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ । ସାଧାରଣ ଲୋକମାନେ ବିଗତ ୫ ମାସ ଧରି କରୋନା ବିରୁଦ୍ଧରେ ସାହସର ସହ ମୁକାବିଲା କରିଚ୍ଥନ୍ତି । ସେଥିପାଇଁ ସେମାନଙ୍କୁ ଧନ୍ୟବାଦ । ଅଳ୍ପ କିଚ୍ଥି ଅମାନିଆଙ୍କ ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ଅସୁରକ୍ଷିତ କରାଯାଇପାରିବ ନାହିଁ । ସେଥିପାଇଁ ପ୍ରଶାସନ ଧରପଗଡ ଓ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଚ୍ଥନ୍ତି । ତେବେ ଏ ସବୁକୁ ଯୋଜନାବଦ୍ଧ ଭାବେ ପରିଚାଳନା କରିବାକୁ ଜିଲ୍ଳ୍‌ାପାଳ ପରାମର୍ଶ ଦେବା ସହ ୧୩ ଟି କାର୍ଯ୍ୟ ଖସଡା ପ୍ରସ୍ତୁତ କରିଚ୍ଥନ୍ତି । ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଟେଷ୍ଟିଂ ଟ୍ରାକିଂ ଓ ଏନ୍‌.ସି. କଲେଜର କୋଭିଡ କେୟାର ସେଣ୍ଟରର ପରିଚଳା ଦାୟିତ୍ୱ ଦିଆଯାଇଚ୍ଥି । ତାଙ୍କ ଅଧିନରେ ସହକାରୀ ଜିଲ୍ଳ୍‌ାପାଳ ଅନୁପ କୁମାର ବେହେରା, ତିଳୋତ୍ତମା ପୃଷ୍ଟି, ଡେପୁଟୀ କଲେକ୍ଟର ଶୁଭଦର୍ଶନ ମିଶ୍ର, ପ୍ରଶିକ୍ଷଣରେ ଥିବା ଓ.ଆର.ଏସ୍‌. ଡି. ସତ୍ୟଭୂଷଣ ଓ ବିଘ୍ନେଶ ରଂଜନ ନାୟକଙ୍କ ସହ ଅଲେଖ ପ୍ରସାଦ ମହାରଣା, ରମେଶ ବୋଇତାଇ, ଲକ୍ଷ୍ମୀଧର ସଏ, ରଜନୀ କାନ୍ତ ସାହୁ, ପୁଲକ ବେହେରା, ଚିନ୍ମୟୀ ସାହୁ କାର୍ଯ୍ୟ କରିବେ । ହୋମ ଆଇସେଲନ୍ ବା ହସ୍ପିଟାଲ ଆଇସୋଲେସନ ପରିଚାଳନା ଓ କଣ୍ଟେନମେଣ୍ଟ ଜୋନ ପରିଚାଳନା ପାଇଁ ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ନେତୃତ୍ୱରେ ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସହକାରୀ ଜିଲ୍ଳ୍‌ାପାଳ ଉମେଶ ଚନ୍ଦ୍ର ଲେଙ୍କା, ଗଦାଧର ସେଠୀ, ଶିକ୍ଷାନବିଶ ଓ.ଏ.ଏସ୍‌. ଅପିଂସର ତନ୍ମୟ ରଂଜନ ଜେନା, ଓ.ଆର.ଏସ୍‌. ନରେନ୍ଦ୍ର କୁମାର ସେଠୀଙ୍କ ସହ ବିଜୟ କୁମାର ଦାସ, ସଂଜୟ ମହାନ୍ତି, ବସନ୍ତ କୁମାର ସାହୁ, ମଦନ ମୋହନ ପତି, ସୁବ୍ରତ କୁମାର ବାରିକ ରହିଚ୍ଥନ୍ତି । କୋଭିଡ କେୟାର ହୋମ, ଟି.ଏମ୍‌.ସି. କ୍ଳଷ୍ଟର ପରିଚାଳନାରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଥିବାବେଳେ ସହକାରୀ ଜିଲ୍ଳ୍‌ାପାଳ ତରଣୀସେନ ପଟ୍ଟନାୟକ, ଏ.ପି.ଡି. ଗିରିଜା ଶଙ୍କର ସୂତାର ଟ୍ରେନିଂ ଓ.ଏ.ଏସ୍‌. ସୁଶ୍ରୀ ସୁପ୍ରିୟା ଓ ଟ୍ରେନିଂ , ଓ.ଆର.ଏସ୍‌. ଶୁଭସ୍ମିତା ଦାସଙ୍କ ସହ ଜିଲ୍ଳ୍‌ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କର୍ମଚାରୀମାନେ ରହି ସହଯୋଗ କରିବେ । କୋଭିଡ ହସ୍ପିଟାଲ, ପ୍ଳ୍‌ାଜମା, କୋଭିଡ ଯୋଦ୍ଧା ଏବଂ କୋଭିଡ୍‌ରେ ମୃତ୍ୟୁ ହେଲେ ଶବ ସତ୍କାର ପରିଚାଳନା ପାଇଁ ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଜିଲ୍ଳ୍‌ା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା, ସମାଜ କଲ୍ୟାଣ ଅଧିକାରୀ ବିଜୟଲକ୍ଷ୍ମୀ ପଣ୍ଡା, ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଳ୍‌ା ମଙ୍ଗଳ ଅଧିକାରୀ ସ୍ମୃତି ରଂଜନ ସାମନ୍ତରାୟ, ଟ୍ରେନିଂ ଓ.ଆର.ଏସ୍‌. ନରେନ୍ଦ୍ର କୁମାର ସେଠୀ, ସୂର୍ଯ୍ୟ ପ୍ରକାଶ ନାୟକ, ନିରଂଜର ଗୁରୁଙ୍କ ସହ ଶଶୀ ଭୂଷଣ ମିଶ୍ର, କମଳାକାନ୍ତ ଜେନା, ସସ୍ମିତା ବେହେରା, ସୁଧାକର ପ୍ରଧାନ, ରାକେଶ ଦାସ, ଶୁଭସ୍ମିତା ସାହୁ, ଦେବୀଦତ୍ତ ସାମନ୍ତ, ଅମୀୟ ପ୍ରସାଦ ତ୍ରୀପାଠୀ, ସୁଧୀର କୁମାର ଚାତାର ସହଯୋଗ କରିବେ । ସୋସିଆଲ ମେଡିଆ, ଡାଟା ବେସ୍ ଓ ଲଜିଷ୍ଟିକ୍ସର ପରିଚାଳନା ପାଇଁ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାରଙ୍କୁ ପରିଚାଳନା ଭାର ଦିଆଯାଇଥିବା ବେଳେ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଳ୍‌ା ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ରଥ, ଜିଲ୍ଳ୍‌ା ଜରୁରୀ ବିଭାଗର ଡି.ପି.ଓ. ଦେବାଶିଷ ପ୍ରଧାନ, ଡି.ଏମ୍‌.ଏପଂ୍‌. ର ଟିମ୍ ଲିଡର ଡି. କୁମାର ଶୁଭାଶିଷ, ଗଣ୍ଡା ହୋ, ଶିବ ଶଙ୍କର ମଲ୍ଲିକ, ମୃତ୍ୟୁଞ୍ଜୟ ଦାଶ, ଅତିଶ ପରିଡା, ସଞ୍ଜୟ ହାଇବ୍ରୁ ଓ ସୁଧାକର ପ୍ରଧାନ ସହଯୋଗ କରିବେ ବୋଲି ଜିଲ୍ଳ୍‌ାପାଳ ନିର୍ଦ୍ଦେଶ ନାମା ଜରି କରିଚ୍ଥନ୍ତି । ଏ ସଂପର୍କରେ ମଧ୍ୟ ପ୍ରତ୍ୟେକଙ୍କୁ ପ୍ରଶିକ୍ଷଣ ଦିଆଯାଇଚ୍ଥି । ବୈଠକରେ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page