ଗଞ୍ଜେଇ ସହ ଇନୋଭା ଓ ବୋଲେରୋ ଜବତ:ଦୁଇ ଗିରଫ

0

 ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ ପୂଜାରୀ ଙ୍କ ତତ୍ୱାବଧାନରେ  ବାଲିଗୁଡ଼ା ଏସଆଇ ରବିନ୍ଦ୍ର ମୁଣ୍ଡାରୀ ଓ ଏକ ଟିମ କୋଭିଡ଼ କଟକଣା ପାଇଁ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା  ବୁଡ୍ରୁକିଆ ପଞ୍ଚାୟତର ମାଦିନାଟ ଗ୍ରାମରେ ଗୋଟଏ ଇନୋଭା ଓ ବୋଲେରୋ ଗାଡ଼ିକୁ ଯାଞ୍ଚ କରିବା ସମୟରେ ୨୭୨ କେଜି ଗଞ୍ଜେଇ ସହ ୨ଜଣକୁ ଗିରଫ କରିଥିଲା |

ସେମାନେ ହେଲେ  ମନୋରଞ୍ଜନ ରାଉତ ଘର ଶୈଳଶ୍ରୀ ବିହାର ଭୁବନେଶ୍ୱର ଓ ସମୀର ଦିଗାଲ  କାମପଡ଼ା ବାଲିଗୁଡ଼ା ବୋଲି ଜଣାପଡ଼ିଛି | ଏମାନଙ୍କ ନାମରେ ଏକ  ମାମଲା କେଶନଂ. ୭୨/୨୧ରେ  ରୁଜୁ କରି କୋର୍ଟ ଚାଲାଣ କରିଥିବା ବିଷୟ ସ୍ଥାନୀୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା  ସୂଚନା ପ୍ରଦାନ କରିଛନ୍ତି |

Leave a Reply

Your email address will not be published. Required fields are marked *

You cannot copy content of this page