ଜିଲା ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁମୋଦିତ ।

0


ଯାଜପୁର,(ସଂକେତ ଖବର ): ଯାଜପୁର ଜିଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁମୋଦିତ ହୋଇଯାଇଚ୍ଥି । ଗୁରୁବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଳ୍‌ା ଜରୁରୀ ବିଭାଗ ପକ୍ଷରୁ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତିକାକୁ ମଞ୍ଜୁର କରାଯାଇଥିଲା । ଯାଜପୁର ଜିଲ୍ଳ୍‌ାରେ ବନ୍ୟା, ବାତ୍ୟା ପ୍ରତ୍ୟେକ ବର୍ଷ ଅନେକ କ୍ଷତି ଘଟାଇଥାଏ । ପ୍ରାକୃତିକ ବିପର୍ଯ୍ୟୟକୁ ରୋକାଯାଇପାରିବ ନାହିଁ । କିନ୍ତୁ ଏହାର ମୁକାବିଲା ପାଇଁ ଯୋଜନା ବା କୈାଶଳକୁ ଅତି ସୂକ୍ଷ୍ମ ସ୍ତରରୁ ପ୍ରସ୍ତୁତ କରି ସଠିକ ପରିଚାଳନା ଦ୍ୱାରା କ୍ଷୟ କ୍ଷତିକୁ ରୋକାଯାଇ ପରିବ ବୋଲି ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଅକ୍ଷୟ କୁମାର ମଲ୍‌୍ଳିକ ଅଧ୍ୟକ୍ଷତା କରି କହିଥିଲେ । ଯୋଜନା ମୁତାବକ ଗ୍ରାମ୍ୟ ସ୍ତରର ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟିକୁ ଅଧିକ ଦକ୍ଷତା ସଂପନ୍ନ ଓ କାର୍ଯ୍ୟକ୍ଷମ କରାଯିବ । କମିଟି ସହ ନିରନ୍ତର ଯୋଗାଯୋଗ ଓ କୈାଣସି ସମସ୍ୟା ପାଇଁ ତ୍ୱରାନ୍ୱିତ ସମାଧାନ ପାଇଁ ଊଦ୍ୟମ କରାଯିବ । ଏଥିରେ ଜିଲ୍ଳ୍‌ା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ସହଅଧ୍ୟକ୍ଷ ତଥା ସଭାପତି, ଜିଲ୍ଳ୍‌ା ପରିଷଦ ନରେଶ ଚନ୍ଦ୍ର ମହାନ୍ତି ଯୋଗଦେଇ ଗ୍ରାମ୍ୟ କମିଟିକୁ ସୁଦୃଢିକରଣ କରିବା ସହ ବିପର୍ଯ୍ୟୟ ପରିଚାଳନାକୁ ତୃଣମୂଳ ସ୍ତରରୁ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଊରିଆ କୃଷକ ମାନେ ଚାଷ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଅତର୍କିତ ବଜ୍ରପାତ ଯୋଗୁ ଜୀବନ ହାନୀ ଘଟୁଥିବାର ଅନେକ ନଜିର ରହିଚ୍ଥି । ଏଥିପାଇଁ ଚାଷ ଜମି ସମୂହ ମାନଙ୍କର ଆଶ୍ରୟ ସ୍ଥଳ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ଏ.ଡି.ଏମ୍‌.ଓ. ଡା. ସୁଧାଂଶୁ ଶେଖର ବଳ, ଜିଲ୍ଳ୍‌ା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର ସେନାପତି, ଜିଲ୍ଳ୍‌ା ଗ୍ରାମ୍ୟ ଊନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ବିଜୟ କୁମାର ମହାରଣା, ଜାରକା ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର କୁମାର ମାଝି, ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଧନେଶ୍ୱର ସାମଲ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ପ୍ରାରମ୍ଭରେ ଜରୁରୀ ବିଭାଗର ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ବିଶଦ ତଥ୍ୟ ଓ ଯୋଜନାର ରୂପରେଖ ସଂପର୍କରେ ଅବଗତ କରାଇଥିଲେ । ଶେଷରେ ଜିଲ୍ଳ୍‌ା ଜରୁରୀ ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ, ୨୦୧୪ ଠାରୁ ଏ ପର୍ଯ୍ୟନ୍ତ ଜିଲ୍ଳ୍‌ାର ବଜ୍ରପାତରେ ୯୯, ସାପ କାମୁଡାରେ ୨୪୧, ପାଣିରେ ବୁଡି ୩୨୮, ବାତ୍ୟାରେ ୩, ବନ୍ୟାରେ ୧୫, ଅଂଶୁଘାତରେ ୧୦, ପ୍ରବଳ ବର୍ଷାରେ ୧, ନିଆଁରେ ପୋଡି ୧୪ ଜଣଙ୍କର ମୃତ୍ୟୁ ହୋଇଚ୍ଥି ବୋଲି ଜରୁରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏଥିପାଇଁ ଲୋକ ମାନଙ୍କୁ ଅଧିକ ସଚେତନ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page