ଜୟ ଶ୍ରୀରାମ ଧ୍ୱନୀରେ କଂପିଲା …..

0

ଯାଜପୁର:

ଆଜି ଶୌର୍ଯ୍ୟଦିବସ । ଆଜିର ଦିନରେ ବାବରି ମସଜିଦ ଭଂଗାଯାଇଥିଲା । ଏହି ଦିନକୁ ବିଶ୍ୱ ହିନ୍ଦୁ ପରିଷଦ ଶୌର୍ଯ୍ୟ ଦିବସ ଭାବେ ପାଳନ କରେ । ଏହି ଅବସରରେ ଯାଜପୁର ଜିଲାରେ ଯୁବ ଜାଗରଣ ଯାତ୍ରା ଆୟୋଜନ କରିଥିଲା । ଯାଜପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପାଖରୁ ଏହି ଯାତ୍ରା ଆରମ୍ଭ ହୋଇ ସୁକିନ୍ଦା ଅଶୋକଝର ରେ ଶେଷ ହୋଇଥିଲା । ମାଙ୍କ ନିକଟରୁ ଗଦା ପୂଜା ହୋଇ ଆସିବା ପରେ ହଜାର ହଜାର ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟକର୍ତା ଓ ବଜରଂଗ ଦଳର କର୍ମୀ ଏକ ଶୋଭାଯାତ୍ରାରେ ବାହାରିଥିଲେ । ୫୦୦ରୁ ଉର୍ଦ୍ଧ ଗାଡିରେ ଯାଜପୁରରୁ ବାହାରିଥିଲା ଶୋଭାଯାତ୍ରା । ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଲୋକ ଅପେକ୍ଷା କରିଥିଲେ ଏହି ଶୋଭାଯାତ୍ରା ଦେଖିବା ପାଇଁ । ଯାଜପୁରରୁ ପାଣିକୋଇଲି,ଯାଜପୁରରୋଡ,ଦାନଗଦୀ,କଳିଙ୍ଗନଗର ଓ ସୁକିନ୍ଦା ଦେଇ ଶୋଭାଯାତ୍ରା ଅଶୋକଝରରେ ପହଂଚିଥିଲା । ରାସ୍ତାରେ ଜୟ ଶ୍ରୀ ରାମ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ସୁକିନ୍ଦା ରଥ ଛକରେ ଆୟୋଜିତ ହୋଇଥିଲା ଏକ ସମାବେଶ । ଜିଲା ବଜରଂଗ ଶାଖା ପକ୍ଷରୁ ଅରବିନ୍ଦ ଦାସ,ଚିନ୍ମୟ ସ୍ୱରୁପ ପଣ୍ଡା,ଦିବ୍ୟଭୁଷଣ ମହାନ୍ତି ଙ୍କ ସମେତ ରାଜ୍ୟ ବାହାରୁ ମଧ୍ୟ କାର୍ଯ୍ୟକର୍ତା ଯୋଗ ଦେଇ ରାମ ମନ୍ଦୀର ପ୍ରତିଷ୍ଠା ହେବା ନେଇ ଦାବୀ ଦୋହରାଇଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରୁ ଅନେକ ସାଧୁ ସନ୍ଥ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page