ଝାଲପଡା ସାଇନିଂ କ୍ରିକେଟ୍ ପ୍ରିମିୟର ଲିଗ ଉଦ୍‌ଯାପିତ

0

ଯାଜପୁର ବ୍ଲକ ଝାଲପଡା ପଞ୍ଚାୟତ ନିଳକଣ୍ଠପୁର ଭାଗବତ ଖେଳପଡ଼ିଆରେ ସାଇନିଂ କ୍ରିକେଟ୍ ପ୍ରିମିୟର ଲିଗ ଉଦ୍‌ଯାପିତ ହୋଇଯାଇଅଛି । ସ୍ଥାନୀୟ ସାଇନିଂ କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରିମିୟର ଲିଗ ୩ଦିନ ଧରି ଖେଳାଯାଇଥିଲା । ଫାଇନାଲ ପ୍ରତିଯୋଗିତାରେ ବି.ଏମ.ସି.ଟି କଦମପାଳ ଓ ଉଲେଭେନ ଷ୍ଟାର ବନ୍ଧଡିହ ମୁହାଁମୁହିଁ ହୋଇଥିଲେ । ୧୫ ଓଭର ବିଶିଷ୍ଟ ଫାଇନାଲ ପ୍ରତିଯୋଗିତାରେ ପ୍ରଥମେ ବ୍ୟାଟିଂ କରି କଦମପାଳ ୧୧୮ ରନ୍ ସଂଗ୍ରହ କରିଥିଲା । ଜବାବରେ ବିଜୟ ପାଇଁ ଆବଶ୍ୟକ ରନର ପିଛାକରି ବନ୍ଧଡିହ ଟିମ୍ ୭୪ ରନ୍‌ରେ ସମସ୍ତ ୱିକେଟ୍ ହରାଇ ପରାଜୟ ବରଣ କରିଥିଲା ।

ଖେଳ ଶେଷରେ ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭଂଜନ ପତି ଯୋଗଦେଇ ବିଜୟୀ ଦଳକୁ ବିଜେତା ଟ୍ରଫି ସହ ନଗଦ ଅର୍ଥରାଶୀ ପ୍ରଦାନ କରିଥିଲେ । ଉପବିଜେତା ତଥା ରନ୍‌ର୍ସ ଅଫ୍ ଟିମ୍‌୍‌କୁ ସମ୍ମାନିତ ଅତିଥି ଅନନ୍ତ କିଶୋର ପତି ଉପବିଜେତା ଟ୍ରଫିସହ ଅର୍ଥରାଶୀ ପ୍ରଦାନ କରିଥିଲେ । ଅନ୍ୟତନ ଅତିଥି ଭାବେ ବିଶମ୍ବର ଦାସ, ବଡକୃଷ୍ଣ ସାହାଣୀ, ଉପେନ୍ଦ୍ର ସାହାଣୀ, ପାଗାରାମ ଗେଡି ଯୋଗଦେଇ ଥିଲେ । ମାସୁମ ଗୃପର ଅଧ୍ୟକ୍ଷ ଓ ଦିବ୍ୟାଙ୍ଗ ବନ୍ଧୁ ମଂଟୁ ଦାସ ଏହି ଉଦ୍‌ଯାପନି ସଭାକୁ ପରିଚାଳନା କରିଥିଲେ । ସୋମନାଥ ସାହୁ, ସତ୍ୟବ୍ରତ ମଲିକ, ବେଣୁଧର ଦାସ, ଆନାସାଇଲଗ୍ନଜିତ ଜେନା, ଜଶବନ୍ତ ଓଝା, ରଶ୍ମିରଂଜନ ପତି, ଅମିତ କୁମାର ସେଠୀ, ସାଇପ୍ରସନ୍ନ ସାହାଣୀ, ଜତିନ ସାହୁ ଓ ସାଇନିଂ କ୍ରିକେଟ୍ କ୍ଲବର ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page