ଧର୍ମଶାଳା:ଚାରଗୋଠ ଭାଗବତ ଟୁଙ୍ଗୀକୁ ସହାୟତା ପାଇଁ ଅନୁରୋଧ

0

ଧର୍ମଶାଳା(ସଂକେତ ଖବର) ଭାଗବତର ପ୍ରଚାର ପ୍ରସାର କେବଳ ବ୍ୟକ୍ତି ଜୀବନ ନୁହେଁ ବରଂ ସମାଜ ଓ ରାଷ୍ଟ୍ରରେ ଶାନ୍ତି, ଶୃଙ୍ଖଳା ଏବଂ ସମୃଦ୍ଧିରେ ସହାୟକ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ସରକାରଙ୍କର ସବୁଠାରୁ ଗୋଟିଏ ଭଲ କାର୍ଯ୍ୟ ଥିଲା ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଏବଂ ବିକାଶ । କୌଣସି ବ୍ୟକ୍ତି କିମ୍ବା ନେତୃତ୍ୱ ସହ ନୁହେଁ ବରଂ ନବୀନ ସରକାର ସର୍ବଦା ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସାହାଣିଢିହ ପଂଚାୟତ ଚାରଗୋଠ ଗ୍ରାମରେ ଏଭଳି ଏକ ଭାଗବତ ଟୁଙ୍ଗୀ ରହିଛି ଯାହାକି ସମଗ୍ର ଓଡିଶାରେ ଏକ ସୁନ୍ଦର ଭାଗବତ ଟୁଙ୍ଗୀ ଭାବେ ପରିଚିତ । ଏହାର ପରିବେଶ ଏବଂ ଦୈନିକ ଭାଗବତ ଚର୍ଚ୍ଚା ସଂପୂର୍ଣ୍ଣ ଆବେଗପୂଣ୍ଣ ଏବଂ ନିଆରା । ହେଲେ ଏଠାରେ ଭାଗବତ ପାଠ କରୁଥିବା ଲୋକେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ତାଙ୍କର ଭାଗବତ ଟୁଙ୍ଗୀକୁ ସହାୟତା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଯେତେ ଆବେଦନ କଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି । ଲୋକଙ୍କ ନିକଟରେ ସରକାରୀ ସୁବିଧା ପହଂଚାଇବା ସହ ସରକାରୀ କଳ ଲୋକଙ୍କ ପାଖରେ ପହଂଚିବା ପାଇଁ ଆମ ଜନପ୍ରୀୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଶେଷକୁ ଏଥିନେଇ ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାଯ୍ୟାଳୟ ତରଫରୁ ଏଥିନେଇ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଯାଜପୁର ଜଲ୍ଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ତଦନ୍ତ ନିର୍ଦ୍ଦେଶ ଆସିବାର ୨୫ ଦିନ ବିତିଥିଲେ ମଧ୍ୟ ଅଦ୍ୟାବଧି ଏଥିନେଇ କୌଣସି ତଦନ୍ତ କରଯାଇ ନାହିଁ । ଯାଜପୁର ଜିଲ୍ଲାପାଳଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟରେ ଲୋକଙ୍କ ବିଶ୍ୱାସ ଥିଲେ ମଧ୍ୟ କେହି ଅଧିକାରୀ ଏହାକୁ ଚାପି ଦେଇଥିବାର ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ ହୋଇଛି । ଏହି କାରଣରୁ ଏଥିନେଇ ଅଦ୍ୟାବଧି ଅନୁଧ୍ୟାନ ମଧ୍ୟ କରାଯାଇ ନାହିଁ । ଏଥିନେଇ ବିଭାଗୀୟ ଉଚ୍ଚ ଅଧିକାରୀ ଏହି ଭାଗବତ ଟୁଙ୍ଗୀକୁ ସହାୟତା ପ୍ରଦାନ ପାଇଁ ୧୫ ଦିନ ମଧ୍ୟରେ ଉଚ୍ଚ ସ୍ତରୀୟ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ତରଫରୁ ଅନୁରୋଧ କରାଯାଇଛି । ନଚେତ ଏହି ଭାଗବତ ପ୍ରେମୀ ମାନେ ଏଥିନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page