ନଦୀରେ ବୁଡ଼ି ଯୁବକ ମୃତ।

ଯାଜପୁର (ସଙ୍କେତ ଖବର): ଶୌଚ ହେବାକୁ ଯାଇ ନଦୀରେ ବୁଡ଼ି ଯୁବକ ମୃତ। ମୃତ ଯୁବକ ହେଲେ ଯାଜପୁର ବ୍ଲକ ଅନ୍ତର୍ଗତ ଖଇରାବାଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଡ଼ଙ୍ଗ ପୁରୁଷୋତ୍ତମପୁର ଗ୍ରାମର ଖାଜେ ତାହୀର। ସେ ଶୌଚ ହେବାକୁ ବୁଢା ନଦୀକୁ ଯାଇଥିଲେ। ଅନେକ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନଦୀରୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।