ନିର୍ବାଚିତ ହେଲେ ଉତ୍ତରାଖଣ୍ଡରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ଡ୍ରାଫ୍‌ଟ୍‌ କରିବାକୁ କମିଟି ଗଠନ କରିବ ‘ବିଜେପି’ ସରକାର: ମୁଖ୍ୟମନ୍ତ୍ରୀ

0

ଡେରାଡୁନ୍‌: ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଆଉ ଦୁଇ ଦିନ ବାକି ଥିବା ବେଳେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ‘ବିଜେପି’ ନେତା ପୁଷ୍କର ସିଂହ ଧାମୀ ଘୋଷଣା କରିଛନ୍ତି ଯେ, ଯଦି ଦଳ କ୍ଷମତାରେ ରହେ, ଉତ୍ତରାଖଣ୍ଡରେ ଯଥାଶୀଘ୍ର ପ୍ରଚଳନ ନିମନ୍ତେ ‘ୟୁନିଫର୍ମ ସିଭିଲ୍‌ କୋର୍ଡ’ ‘ଡ୍ରାଫ୍ଟ୍‌’ କରିବା ଲାଗି ଅବିଳମ୍ବେ ସରକାର କମିଟି ଗଠନ କରିବେ।

ସେ କହିଛନ୍ତି, ଶପଥ ଗ୍ରହଣ ଶେଷ ହେବା କ୍ଷଣି, ରାଜ୍ୟର ‘ୟୁନିଫର୍ମ ସିଭିଲ୍‌ କୋର୍ଡ’ର (ୟୁସିସି) ‘ଡ୍ରାଫ୍ଟ୍‌’ ଲାଗି ନୂଆ ‘ବିଜେପି’ ସରକାର କମିଟି ଗଠନ କରିବ। ଧର୍ମବିଶ୍ବାସ ନିର୍ବିଶେଷରେ ଏହି ‘ୟୁସିସି’ ବିବାହ, ଛାଡ଼ପତ୍ର, ସ୍ଥାବର ସମ୍ପତ୍ତି ଏବଂ ଉତ୍ତରାଧିକାର ସୂତ୍ର ନିମନ୍ତେ ସମାନ ଆଇନ ପ୍ରବର୍ତ୍ତନ କରିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଥା ଶୀଘ୍ର ‘ୟୁସିସି’ ପ୍ରବର୍ତ୍ତନ ହେଲେ ରାଜ୍ୟର ସମସ୍ତଙ୍କ ପାଇଁ ସମାନ ଅଧିକାର, ସାମାଜିକ ସହାବସ୍ଥାନ ଓ ମହିଳା ସଶକ୍ତକରଣକୁ ପ୍ରୋତ୍ସାହନ ମିଳିବା ସହ ରାଜ୍ୟର ପରିଚୟ ସୁରକ୍ଷିତ ରହିବାରେ ସହାୟକ ହୋଇପାରିବ।

ସେ କହିଛନ୍ତି, ଏହା ହେଉଛି ମୋ ଦଳର ସିଦ୍ଧାନ୍ତ ଏବଂ ନୂଆ ‘ବିଜେପି’ ସରକାର ଗଠନ ହେବାକ୍ଷଣି ଏହା ସମ୍ପନ୍ନ ହେବ। ‘ଦେବଭୂମି’ର ସଂସ୍କୃତି ଓ ଐତିହ୍ୟକୁ ଅକ୍ଷୁଣ୍ଣ ରଖିବା ହେଉଛି ଆମର ପ୍ରଧାନ କର୍ତ୍ତବ୍ୟ। ଏଥିପାଇଁ ଆମେ ପ୍ରତିବଦ୍ଧ।

Leave a Reply

Your email address will not be published. Required fields are marked *

You cannot copy content of this page