ନେସନ ପରିସରରେ ଅନ୍ତେବାସୀ ଙ୍କୁ ନୂତନ ପୋଷାକ ବିତରଣ
![](https://www.sanketkhabar.com/wp-content/uploads/2021/02/IMG20210213125525-1-1024x473.jpg)
ଯାଜପୁର- ନୂଆ ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଛତିଆ ସ୍ଥିତ ବାୁଢା କେନ୍ଦୁଆ ଗ୍ରାମର ଶିଶୁ ପରିଚର୍ଯ୍ୟା ଗୃହ ନେସନ ପରିସରରେ ର ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କୁ ସରସ୍ୱତୀ ପୂଜା ଅବସରରେ ନୂତନ ପୋଷାକ ବିତରଣ କାର୍ଯ୍ୟକ୍ରମ ପ୍ରଦାନ। ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ରୀତା ବେହେରା ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରୁ ବିଶିଷ୍ଟ ସାହିତ୍ୟିକ ଡ.ରୁଦ୍ର ନାରାୟଣ ପୃଷ୍ଟି, ହୃଷିକେଶ ପଣ୍ଡା, ଶୁଭ୍ରାଶୁଂ ଶେଖର ରାୟ, ସୁବାସ ଚନ୍ଦ୍ର ଦେବତା, ଆଦି ସଦସ୍ୟ ମାନେ ଏହି ପରିଚର୍ଯ୍ୟା ଗୃହକୁ ପରିଦର୍ଶନରେ ଆସି ପହଁଚିଥିଲେ । ତେବେ ଏହି ସମୟରେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକ ର ଏତାଦୃଶ କାର୍ଯ୍ୟକ୍ରମ କୁ ଅବଲୋକନ କରି ଅତ୍ୟନ୍ତ ବିହ୍ୱଳିତ ହୋଇଥିଲେ ।
![](https://www.sanketkhabar.com/wp-content/uploads/2021/02/IMG-20210216-WA0019-1024x768.jpg)
ନୂଆ ଆଲୋକ ପରିବାରର ଅନ୍ୟତମ ସଦସ୍ୟା ତଥା ରାଜ୍ୟର ଖ୍ୟାତି ସମ୍ପନ୍ନ ଶିକ୍ଷୟତ୍ରୀ ଗାୟତ୍ରୀ ନାୟକ ଓ ଅନ୍ୟମାନେ ନୂତନ ବସ୍ତ୍ର ପରିଧାନ କରାଇ ପିଲା ମାନଙ୍କ ମାନସିକ ଶାରିରୀକ, ବୈାଦ୍ଧିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବାର ଅଧ୍ୟକ୍ଷା ଶ୍ରୀଯୁକ୍ତା ବେହେରା ଦର୍ଶନ କରିଥିଲେ । ଏତଦ୍ଭିନ୍ନ ଛାତ୍ର ଛାତ୍ରୀ ଅନ୍ତେବାସୀମାନଙ୍କୁ ଖାତା , କଲମ, ଆଦି ଶିକ୍ଷା ସଂକ୍ରାନ୍ତୀୟ ଆନୁସଙ୍ଗିକ ସଂରଜାମ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଇଥିଲା । କୋଭିଡ ସେଚତନାତା ସଂକ୍ରାନ୍ତୀୟ ନାଟିକା ଅନୁଷ୍ଠାନ ଦ୍ୱାରା ଗାୟତ୍ରୀ ମାଡାମ ଙ୍କ ତତ୍ୱାବଧାନରେ ପରିଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ତଥା ଜିଲ୍ଲା ଲେଖକ ସମ୍ମେଳନର ସଭାପତି ରୁଦ୍ର ନାରାୟଣ ପୃଷ୍ଟି ଯୋଗଦେଇ ଶିଶୁ ଶିଶି ହସିଲେ ଦେଶ ହସିବ, ଶିଶୁ ରାଷ୍ଟ୍ରର ଅମୂଲ୍ୟ ତଥା ଅକଳନୀୟ ସମ୍ପଦ ବୋଲି ପ୍ରକାଶ କରିଥିଲେ । । ବିଶେଷ କରି ଏହି ଶିଶୁ ମାନଙ୍କ ମୁଁହଁରେ ଆମ୍ଭେ ଯଦି ଚେନାଏ ହସ ଫୁଟାଇ ପାରିବା ତାହା ଦ୍ୱାରା ଭଗବାନଙ୍କ କୃପା ଅନାୟସରେ ଲାଭ କରିହେବ ବୋଲି ଅଧ୍ୟକ୍ଷା ରୀତା ବେହେରା ପ୍ରକାଶ କରିଥିଲେ । ନୂଆ ଆଲୋକ ଏହିପରି କାର୍ଯ୍ୟକ୍ରମ ଅଧିକାଂଶ ସମୟରେ ଆୟୋଜିତ କରୁଥିବାରୁ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ସଭିଏଁ ଧନ୍ୟବାଦ ପ୍ରଦାନ କରିଥିଲେ । ନୂଆ ଆଲୋକ ତରଫରୁ ମଧ୍ୟାହ୍ନରେ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଥିଲା । ତେବେ ଏହି ପରି କାର୍ଯ୍ୟକ୍ରମ ଦ୍ୱାରା ଆମ ଅନୁଷ୍ଠାନ ଅତ୍ୟନ୍ତ ଆନନ୍ଦ ପାଇଥାଏ ବୋଲି ନିର୍ଦ୍ଦେଶକ ଜନ୍ମେଜୟ ମହାନ୍ତି ପ୍ରକାଶ କରିଛନ୍ତି ।