ପୁଣି ଅଚଳ ହେଲା ବିଏସଏନଏଲ ଟାୱାର,ଅନଲାଇନ ପାଠ ପଢ଼ାରୁ ବଂଚିତ ଛାତ୍ର ଛାତ୍ରୀ

0


ଯାଜପୁର :ଯାଜପୁର ବ୍ଲକ ଭୁବନେଶ୍ୱରପୁର ଅଂଚଳରେ ବିଏସଏନଏଲ ଟାୱାରଟି ଗତ ମାସେରୁ ଉର୍ଦ୍ଧ ସମୟ ଧରି ଅଚଳ ହୋଇପଡିଛି । ପଂଳରେ ଏହି ଟାୱାର ଉପରେ ନିର୍ଭର କରୁଥିବା ଛାତ୍ର ଛାତ୍ରୀ ଅନଲାଇନ ପାଠ ପଢ଼ାରୁ ବଂଚିତ ହେଉଛନ୍ତି । କେବଳ ସେତିକି ନୁହେଁ ମୋବାଇଲରେ ମଧ୍ୟ ଲୋକେ କଥାବାର୍ତା ହେବାରୁ ବଂଚିତ ହେଉଛନ୍ତି । ଏପରିକି କ୍ଲାସ ସମୟରେ ଛାତ୍ର ଛାତ୍ରୀ ବିଭିନ୍ନ ଗଛ କିମ୍ବା ଘରର ଛାତ ଉପରକୁ ଚଢ଼ୁଥିବା ଦେଖିବାକୁ ମିଳିଲାଣି । ସୂଚନା ମୁତାବକ ବିଏସଏନଏଲ ଏହି ଅଂଚଳ ପାଇଁ ଜି,ଟି,ଏଲ ଇନପ୍ରାଂ କଂପାନି ଠାରୁ ସିଗନାଲ ନେଇ ଗ୍ରାହକଙ୍କୁ ଯୋଗାଇଥାଏ । କିନ୍ତୁ ବର୍ଷର ଅଧିକାଂଶ ସମୟ ସଂପୃକ୍ତ ଜି.ଟି.ଏଲ କଂପାନି ଟାୱାରକୁ ବନ୍ଦ କରିଦେବା ପଂଳରେ ବିଏସଏନଏଲ କଂପାନିର ଉପଭୋକ୍ତ ହଇରାଣ ହରକତ ହୋଇଥାନ୍ତି । କିଛି ମାସ ତଳେ ଏପରି ଅବସ୍ଥା ଦେଖାଦେଇଥିଲା । ଏ ସଂପର୍କରେ ଯାଜପୁର ସାଂସଦ ସର୍ମୀଷ୍ଠା ସେଠୀ ଙ୍କୁ ସ୍ଥାନୀୟ ଲୋକେ ଅବଗତ କରିବା ପରେ ସାଂସଦ ବିଏସଏନଏଲ ର ବରିଷ୍ଠ ଅଧିକାରୀ ଏବଂ ଜିଟିଏଲ କଂପାନି କର୍ତୁପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଟାୱାର ଚାଲୁ କରିଥିଲେ ।

କୋରୋନା ଭଳି ମହାମାରି ସମୟରେ ବିଏସଏନଏଲ ଉପଭୋକ୍ତା ଇଂଟରନେଟ ଏବଂ କଲର ସୁବିଧା ପାଇପାରୁନାହାଁନ୍ତି । କୋରୋନା ମହାମାରି ସମୟରେ ଟେଲିପୋଂନ ଗ୍ରାହକଙ୍କୁ ଉପଯୁକ୍ତ ସେବା ଯେ।।ଗାଇ ଦେବା ପାଇଁ ସରକାରଙ୍କ ରହିଛି ନିର୍ଦ୍ଧେଶନାମା । କିନ୍ତୁ ସରକାରଙ୍କ ଏପରି ନିର୍ଦ୍ଧେଶନାମାକୁ ଖୋଦ ସରକାରୀ ଟେଲିକମ ସଂସ୍ଥା କାର୍ଯ୍ୟକାରି ନ କରିବା ର୍ଦୁଭାଗ୍ୟଜନକ । ତେବେ ଏହି ଗୋଟିଏ ସ୍ଥାନରେ ଜିଟିଏଲ କଂପାନି ବାରମ୍ବାର ଟାୱାର ବନ୍ଦ କରିବାର କାରଣ କଣ ଏବଂ ଏଭଳି ନିୟମର ଖିଲାପ କରୁଥିବା ଜିଟିଏଲ କଂପାନି ବିରୋଧରେ ବିଏସଏନଏଲ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ମିଳିଥିବା ସୂଚନା ମୁତାବକ ଜିଟିଏଲ କଂପାନି ଅନ୍ୟ ଘରୋଇ ସଂସ୍ଥା ସହିଲ ଅଲିଖିତ ବୁଝାମଣା କରି ଜାଣିଶୁଣି ବିଏସଏନଏଲ ଉପଭୋକ୍ତାଙ୍କୁ ଏପରି ହଇରାଣ ହରକତ କରୁଛି । ଏପରି ଉପଭୋକ୍ତା ମାନେ ନିୟମିତ ହଇରାଣ ହରକତ ହେଲେ ବାଧ୍ୟ ହୋଇ ଉପଭୋକ୍ତା ଅନ୍ୟ ଘରୋଇ କଂପାନିର କନେକସନ ନେବାକୁ ବାଧ୍ୟ ହେବେ । ଏଭଳି ସମସ୍ୟା ସଂପର୍କରେ ବିଏସଏନଏଲର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ ପହଂଚୁଥିଲେ ମଧ୍ୟ ସଂପୃକ୍ତ ଜିଟିଏଲ ଇନପ୍ରାଂ କଂପାନି ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ତାକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି । ତେବେ ବିଏସଏନଏଲ କଂପାନି ର ଏଭଳି କାର୍ଯ୍ୟକଳାପ ସଂପର୍କରେ ଯାଜପୁର ସାଂସଦଙ୍କୁ ପୁଣି ଅବଗତ କରାଯାଇଛି । ସେ ଏନେଇ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Watch: Kalyan Matka Result

Leave a Reply

Your email address will not be published. Required fields are marked *

You cannot copy content of this page