ପୋଲିସର ପାଟି ବନ୍ଦ୍,ରାକେଶର ପାଟି ଖୋଲିବାକୁ ଚାହୁଁଛି ପୋଲିସ ।
![](https://www.sanketkhabar.com/wp-content/uploads/2021/02/1612343200937.jpg)
ଯାଜପୁର (ସଂକେତ ଖବର ବ୍ୟୁରୋ) ବହୁ ଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାପୁଂଲ ନାୟକଙ୍କ ମୃତ ଦେହ ଉଦ୍ଧାର କରିବା ଘଟଣାର ଦୀର୍ଘ ୮ ଦିନ ପରେ ବି ଘଟଣା ଉପରୁ ପରଦା ହଟିପାରୁନି । ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନି । ଯଦିଓ କୁଆଖିଆ ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଝରାପୁଂଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କ ବିରୋଧରେ ହତ୍ୟା ମାମଲା (ଆଇପିସି ଧାରା ୩୦୨) ରୁଜୁ କରି କୋର୍ଟ ଚାଲାଣ କରିଛି । ଘଟଣାର ତଦନ୍ତ ନେଇ କୁଆଖିଆ ପୋଲିସ ଠାରୁ ଆରମ୍ଭ କରି ତଦନ୍ତକାରୀ ଅଧିକାରୀ ଚିନ୍ମୟ ନାୟକ ଏପରିକି ଯାଜପୁର ଏସପି ରାହୁଲ ପି ଆର ପର୍ଯ୍ୟନ୍ତ ସମସ୍ତଙ୍କ ପାଟି ଯେପରି ବନ୍ଦ ହୋଇଯାଇଛି । ଏ ପର୍ଯ୍ୟନ୍ତ ପୋଲିସ ପାଖରେ ଝରାପୁଂଲର ଶବ ବ୍ୟବଚ୍ଛେଦ ରିପୋର୍ଟ ପହଂଚିଥିଲେ ମଧ୍ୟ ମୃତ୍ୟୁର କାରଣ କଣ ସେ ନେଇ କୌଣସି ସିଦ୍ଧାନ୍ତରେ ପହଂଚିପାରୁନି ପୋଲିସ । ସେଥିପାଇଁ ଝରାପୁଂଲଙ୍କ ଭିସାରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଅଭିଯୁକ୍ତ ରାକେଶ ସ୍ୱାଇଁକୁ ପୋଲିସ ଗତକାଲି ଠାରୁ ୩ ଦିନିଆ ରିମାଣ୍ଡରେ ଆଣି ପଚାରା ଉଚୁରା କରୁଛି ।
![](https://www.sanketkhabar.com/wp-content/uploads/2021/02/1612343239412-edited.jpg)
ଏପରିକି ଗତକାଲି ଝରାପୁଂଲଙ୍କ ଶବ ପଡିଥିବା ସ୍ଥାନ କୁ ନେଇ ସିନ ରିକ୍ରିଏସନ କରିଥିଲା କୁଆଖିଆ ପୋଲିସ । ସୂଚନା ଅନୁସାରେ ଘଟଣାଦିନ ଅର୍ଥାତ ଗତ ଜାନୁଆରି ୨୭ ତାରିଖ ଦିନ କୁଆଖିଆ ଥାନା ମୂଳାପାଳ-ରାଜେନ୍ଦ୍ରପୁର ଗାଁ ରାସ୍ତା କଡରେ ଝରାପୁଂଲର ମୃତ ଦେହକୁ ପିଙ୍ଗିବା ସହିତ ସେଠାରେ ମୋବାଇଲ ପୋଂନକୁ ପିଂଙ୍ଗି ଦେଇଥିଲେ । କିନ୍ତୁ ଗତକାଲି ସେଠାରେ ପୋଲିସ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସୁରାକ ମିଳିନଥିଲା । ଝରାପୁଂଲଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ ଜାଣିବା ପୋଲିସ ପାଇଁ କଷ୍ଟକର ବ୍ୟାପାର ହୋଇଛି । ଯଦି ଏହା ହତ୍ୟା ତା ହେଲେ କାରଣ କଣ ହୋଇପାରେ? ଉଭୟଙ୍କ ମଧ୍ୟରେ ଥିଲା ଭଲ ସଂପର୍କ ଯାହାକି ଭୁବନେଶ୍ୱରର ଏକ ରେଷ୍ଟୁରାଂଟରୁ ମିଳିଥିବା ସିସିଟିଭି ପୁଂଟେଜରୁ ସ୍ପଷ୍ଟ ହୋଇଛି ।
![](https://www.sanketkhabar.com/wp-content/uploads/2021/02/1612343200913-1024x1022.jpg)
ମୁଖ୍ୟ ଅଭିଯୁକ୍ତ ତଥା ଝରାପୁଂଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ
ଗତ ଜାନୁଆରି ୨୬ ତାରିଖ ଦିନ ଉଭୟ ବିରିଆନି ଖାଇବା ପାଇଁ ରେଷ୍ଟୁରାଂଟକୁ ଯାଇଥିବା ବେଳେ ଝରାପୁଂଲ ସେଠାରେ ବାନ୍ତି କରିଥିଲେ । ଏହା ପରଠାର କୌଣସି ସୂଚନା ପୋଲିସ ପାଖରେ ଅଛି କି? ରାକେଶ ଝରାପୁଂଲକୁ ଭଲ ପାଉଥିବା ବେଳେ ଅସୁସ୍ଥ ଥିବା ଜାଣିବା ପରେ ମଧ୍ୟ ଚିକିତ୍ସା ପାଇଁ କାହିଁକି ଡାକ୍ତରଖାନାକୁ ଯାଇନଥିଲେ? ଝରାପୁଂଲକୁ ପରିବାର ଲୋକେ ବାରମ୍ବାର ପୋଂନରେ ବାରମ୍ବାର ଯୋଗାଯୋଗ କରୁଥିଲେ ମଧ୍ୟ କାହିିଁକି କୌଣସି ଜବାବ ଦେଇନଥିଲେ ଝରାପୁଂଲ?
![](https://www.sanketkhabar.com/wp-content/uploads/2021/02/1612343200943.jpg)
ଝରାପୁଂଲ ଓ ରାକେଶଙ୍କ ମଧ୍ୟରେ ଗେଷ୍ଟ ହାଉସ ରେ ଏଭଳି କଣ ଘଟିଥିଲା ଯାହା ପଂଳରେ ତାଙ୍କର ମୃତ୍ୟୁ ହୋଇଥିଲା । ରାକେଶ ପ୍ରଥମ ଥର ସେହି ଗେଷ୍ଟ ହାଉସକୁ ଯାଇଥିଲେ ନା ନିୟମିତ ଯିବା ଆସିବା କରିଥାନ୍ତି? ଯଦି ଝରାପୁଂଲ ଙ୍କ ମୃତ୍ୟୁ ୨୬ ତାରିଖ ରାତିରେ ଗେଷ୍ଟ ହାଉସରେ ହୋଇଛି ତା ହେଲେ ୨୭ ତାରିଖ ଦିନ ସକାଳୁ କିଭଳି ଗେଷ୍ଟ ହାଉସ କର୍ତୁପକ୍ଷ ଶବକୁ ଛାଡିଲେ? ଏହି ମୃତ୍ୟୁ ପଛରେ ଗେଷ୍ଟ ହାଉସ ର କର୍ମଚାରୀଙ୍କ ହାତ ରହିଛି କି? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ପୋଲିସ କିନ୍ତୁ କୌଣସି ଜବାବ ଦେବାକୁ ଉଚିତ୍ ମଣୁନାହିଁ ।
![](https://www.sanketkhabar.com/wp-content/uploads/2021/02/1612343348093-824x1024.jpg)
କାହିଁକି ପୋଲିସର ମୌନ ବ୍ରତ?
ଝରାପୁଂଲ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟବ୍ୟାପି ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ର ନିରବତାକୁ ନେଇ ଉଠିଛି ପ୍ରଶ୍ନ । ଚର୍ଚ୍ଚା ହେଉଛି ଯାଜପୁର ଏସପି ରାହୁଲ ପି ଆରଙ୍କ ନିର୍ଦ୍ଧେଶ କ୍ରମେ କୌଣସି ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ର୍ରିୟା ଦେଉନାହାଁନ୍ତି । ଏପିରିକି ନିଜେ ଏସପି ମଧ୍ୟ ଗଣମାଧ୍ୟମ ଠାରୁ ଦୂରେଇ ରହୁଛନ୍ତି । କେବଳ ଧାଡିକିଆ ପ୍ରତିକ୍ରିୟା ତଦନ୍ତ ଚାଲିଛି କହି ନିଜ କାମ ସାରି ଦେଉଛନ୍ତି । ପଂଳରେ ସମଗ୍ର ଗଣମାଧ୍ୟମ ଅନ୍ଧାରରେ ବାଡି ବୁଲାଇବାକୁ ବାଧ୍ୟ ହେଉଛନ୍ତି । କୁହାଯାଉଛି ବିଦାୟୀ ଏସପି ଚରଣ ସିଂ ମିନା ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ଦେଇଥିବା ପ୍ରକିକ୍ରିୟାକୁ ନେଇ ରାଜନୈତିକ ତୁମ୍ଭିତୋପାଂନ ଦେଖିବାକୁ ମିଳିଥିଲା । ସେଭଳି ପରିସ୍ଥିତିକୁ ଆଶଙ୍କା କରି ଏବର ଏପପି ମୌନ ବ୍ରତ ପାଳନ କରୁଛନ୍ତି ।