ପ୍ରାଥମିକ ବିଦ୍ୟାଳୟ ବନ୍ଦ ଓ କଳା କୃଷି ଆଇନ୍ ବିରୁଦ୍ଧରେ ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ
![](https://www.sanketkhabar.com/wp-content/uploads/2021/02/1614152020995-1024x576.jpg)
ବିଂଝାରପୁର ବ୍ଲକ୍ରେ ସରକାରୀ ପ୍ରାଥମିକ ସ୍କୁଲଗୁଡିକର ବନ୍ଦ ନିଷ୍ପରି ପ୍ରତ୍ୟାହାର ତଥା କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ୍ ଓ ବିଦ୍ୟୁତ୍ ବିଲ-୨୦୨୦ ସଂପୂର୍ଣ୍ଣ ବାତିଲ ଦାବୀରେ ଆଜି ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ପକ୍ଷରୁ ବିଂଝାରପୁ ବ୍ଲକ ସଶୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶହ ଶହ ଛାଷୀ ମୂଲିଆ ,ମହିଳା ଓ ଛାତ୍ର ଯୁବକମାନଙ୍କର ଏକ ସୁସଜିତ ପଟୁଆରରେ ସ୍ଥାନୀୟ ଗାଁସଜା ଫଚାୟତ ଅଫିସ୍ ନିକଟରୁ ବାହାରି ଫୁଫା ଛକ, ରସିକ ଛକ ଦେଇ ବ୍ଲକ ଅଫିସ୍ ସମ୍ମୁଖରେ ପହଞ୍ଚିଥୁଲା ଓ ସେଠାରେ କରୀ,ସିଂହପୁର ଲୋକାଲ କମିଟିର ସଂପାଦକ କମ୍ରେଡ୍ ସଂଯୁକ୍ତା ନାୟକଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏସ୍.ୟୁ.ସି.ଆଇ. ରାଜ୍ୟ କମିଟି ସଭ୍ୟ ତଥା ମହିଳା ସାଂସ୍କୃତିକ ସଂଗଠନର ରାଜ୍ୟ ସଂପାଦିକା ସ୍ଵୟଂ ପ୍ରଭା ନାୟକ, ରାଜ୍ୟ କମିଟି ସଭ୍ୟ ତଥା କିଷାନ କ୍ଷେତ ମଜଦୁର ସଂଗଠନର ଜିଲ୍ଲା ସଂପାଦକ ଅଚ୍ୟୁତ ପ୍ରଧାନ, ସଂଗଠକ ବିଜୟ କୁମାର ସାମଲ, ଛାତ୍ରନେତା ପଲ୍ଲୀ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ବକ୍ତାମାନେ ବ୍ୟକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଜନବିରୋଧୀ ନୀତିଗୁଡିକର ତୀବ୍ର ନିନ୍ଦା କରିଥିଲେ । କେନ୍ଦ୍ରସରକାରଙ୍କ ଶିକ୍ଷା ସଭ୍ୟତା ଧ୍ୱଂସକାରୀ ଶିକ୍ଷା ନୀତି-୨୦ ୨୦ର ଏକ ଅଙ୍ଗ ଭାବେ ରାଜ୍ୟ ବି.କେ.ଡି. ସରକାର ରାଜ୍ୟରେ ୧୪୩୭୯ ଟି ପ୍ରାଥମିକ ସ୍କୁଲକୁ ବନ୍ଦ କରିବାର ନିଷ୍କରି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଂଝାରପୁର ବ୍ଲକ୍ରେ ୩୫ଟି ସ୍କୁଲ ବନ୍ଦ ହେବାକୁ ଯାଉଛି । ଏହି ସ୍କୁଲ ଗୁଡିକ ବନ୍ଦ ହେଲେ ବହୁତ ସଂଖ୍ୟକ ଗରୀବ ଦିନମଜୁରିଆ ଘରର ପିଲା ଶିକ୍ଷା ପାଇବାରୁ ସଂପୂର୍ଣ୍ଣ ବଂଚିତ ହେବେ । କାରଣ ଏହି ସ୍କୁଲ ଗୁଡିକୁ ଯେଉଁ ସମସ୍ତ ସ୍କୁଲରେ ମିଶ୍ରଣ କରାଯାଉଛି, ସେଠାକୁ ଯିବାକୁ ହେଲେ ସାନ ସାନ ପିଲାମାନଙ୍କୁ ୨ ରୁ ୩ କି.ମି. ବାଟ ନଦୀ, ନାଳ ଓ ସର୍ବଦା ଗାଡି ଚଳାଚଳ ରାସ୍ତା ଆଦି ଅତିକ୍ରମ କରି ଯିବାକୁ ହେବ, ଯାହା ସେମାନଙ୍କ ପକ୍ଷେ ଅସମ୍ଭବ ।
![](https://www.sanketkhabar.com/wp-content/uploads/2021/02/1614152021007-edited.jpg)
ଏ ସହ ଡିଜେଲ,ପେଟୋଲ ଓ ରନ୍ଧନ ଗ୍ୟାସ ଅସ୍ବାଭାବିକ ମୂଲ୍ୟ ବୃଦ୍ଧି ଓ କଳା କୃଷି ଆଇନ୍ ଗୁଡିକର ଭୟଙ୍କର ଦିଗ ସଂପର୍କରେ ବକ୍ତାମାନେ ଆଲୋଚନା କରି କହିଥିଲେ ଏହି ଆଇନ୍ କାର୍ଯ୍ୟକାରୀ ହେଲେ କେବଳ କୃଷକ ନୁହନ୍ତି ସର୍ବସ୍ତରର ଖାଉଟି ମଧ୍ୟ ସର୍ବସାନ୍ତ ହେବେ । ଆମ୍ବାନୀ, ଆଦାନୀ ଭଳି ମୁଷ୍ଟିମେୟ ପୁଞ୍ଜିପତି କମ୍ପାନୀମାନଙ୍କୁ ମନଖୁସୀ ଲାଭ ଲୁଟିବାର ସୁଯୋଗ ଦେଇ କେବଳ କୃଷିଜାତ ଦ୍ରବ୍ୟ ନୁହେ କୃଷକଙ୍କର ଜମି ମଧ୍ୟ ସେମାନଙ୍କ ହାତକୁ ଟେକି ଦେବାର ମସୁଧା କରାଯାଇଛି । ଏହି ପରିପ୍ରେକ୍ଷୀରେ ବିକ୍ଷୋଭକାରୀମାନଙ୍କ ପକ୍ଷରୁ ସରକାରୀ ପ୍ରାଥମିକ ସ୍କୁଲଗୁଡିକୁ ବନ୍ଦ କରିବାର ନିଷ୍ଣରି ଅବିଳମ୍ବେ ପ୍ରତ୍ୟାହାର କରି ସମସ୍ତ ସ୍କୁଲରେ ଉପଯୁକ୍ତ ସଂଖ୍ୟକ ଶିକ୍ଷକ ଯୋଗାଇଦେବା ସହ ଶିକ୍ଷାର ଭିଭୂମିକୁ ସୁଦୃଢ କରିବା ଏବଂ ତିନୋଟି କଳା କୃଷି ଆଇନ୍ ଓ ବିଜୁଳି ବିଲ-୨୦୨୦ ବାତିଲ କରିବା, ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପ୍ରତ୍ୟାହାର କରିବା ଦାବୀ କରି ଏକ ସ୍ମାରକ ପତ୍ର କମ୍ରେଡ୍ ତରଙ୍ଗିଣୀ ଦାସଙ୍କ ନେତୃତ୍ବରେ କମୈତ୍ ବ୍ରହ୍ମାନନ୍ଦ ମଲିକ, ମାଧବୀ ମଲିକଙ୍କ ସଙ୍ଗେତ ବିଭିନ୍ନ ସ୍କୁଲ ଅଂଚଳରୁ ଆସିଥିବା ଅଭିଭାବକ ପ୍ରତିନିଧୁମାନେ ବି.ଡି.ଓ.ଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ ।
Check: Satta Matka Fastest Result
ReplyForward |