ଫର୍ନିଚର ଗାଡିରୁ ୮୬,୪୦୦ ଜରିମାନା ଆଦାୟ ।

0

ଯାଜପୁର (ସଙ୍କେତ ଖବର): ଯାଜପୁର ରୋଡ ଜିଏସଟି ଇନ୍ଫୋର୍ସମେଣ୍ଟ ବିଭାଗ ପକ୍ଷରୁ ବରୁଣ୍ଡେଇ ନିକଟରେ ଏକ ଟ୍ରକରେ ଆସିଥିବା ଫର୍ନିଚର ଗାଡି ଉପରେ ଚଢ଼ାଉ । ୮୬,୪୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ଦେଇଛନ୍ତି ଡେପୁଟି କମିଶନର ଲିଙ୍ଗରାଜ ପ୍ରଧାନ। ସୂଚନା ମୁତାବକ ଆଜି ସକାଳୁ କଲିକତାରୁ ଏକ ଟ୍ରକ ଯୋଗେ ଫର୍ନିଚର ଜିନିଷ ଆସୁଥିବାର ଖବର ପାଇଥିଲେ । ଯାହାର କୌଣସି ଜିଏସଟି କାଗଜପତ୍ର ଠିକ ନଥିବା ଯାଜପୁର ରୋଡ ଜିଏସଟି ଇନ୍ଫୋର୍ସମେଣ୍ଟ ବିଭାଗକୁ କୌଣସି ଏକ ସୂତ୍ରରୁ ଖବର ମିଳିଥିଲା। ଏହି ଖବରକୁ ଆଧାର କରି ଜିଏସଟି ଇନ୍ଫୋର୍ସମେଣ୍ଟ ବିଭାଗର ଡେପୁଟି କମିଶନର ଶ୍ରୀ ପ୍ରଧାନ ଏବଂ ତାଙ୍କ ଟିମ, ଏହି ଫର୍ନିଚର ଗାଡି ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ପରେ ଗାଡିରେ ଆସିଥିବା ଫନୀଚର ଜିନିଷର ଜିଏସଟି କାଗଜପତ୍ର ମାଗିଥିଲେ । ମାତ୍ର ଗାଡିର ଡ୍ରାଇଭର ଫର୍ନିଚର ଜିନିଷର ଜିଏସଟି କାଗଜପତ୍ର ଦେଖେଇ ନପାରିବାରୁ ବିଭାଗ୍ୟ ଅଧିକାରୀ ମାନେ ୮୬୪୦୦ ଟଙ୍କା ଜରିମାନା ଆଦାୟ କରିଥିବା ଜିଏସଟି ଇନ୍ଫୋର୍ସମେଣ୍ଟ ଡେପୁଟି କମିଶନର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page