ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ ।

0

ନୟାଗଡ (ସଙ୍କେତ ଖବର): ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ। ନୟାଗଡ ରଣପୁର ଥାନା କୋଟଗଡ଼ ଘାଟିରେ ପୁଣି ଡକାୟତି । ୩ ଡକାୟତଙ୍କ ଦ୍ୱାରା ଲୁଟର ଶିକାର ହେଲେ ଦମ୍ପତି । ଲୁଟର ଶିକାର ଦମ୍ପତି ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଚମ୍ପାଇଲ ସାନବାଡ଼ ଗ୍ରାମର ସୁରେଶ କୁମାର ଜେନା ଏବଂ ତାଙ୍କ ପତ୍ନୀ ମାମିନା ଜେନା। ଏକ ବାଇକ ଯୋଗେ ସକାଳୁ ରାଜସୁନାଖଳାରୁ ରଣପୁର ଅଭିମୁଖେ ଯାଉଥିଲେ ଦମ୍ପତି । ୩ଜଣ ଡକାୟତ ପିଛା କରି କୋଟଗଡ଼ ନିଛାଟିଆ ଘାଟି ରାସ୍ତାରେ ଦମ୍ପତିଙ୍କୁ ଆକ୍ରମଣ କରି ବନ୍ଧୁକ ଦେଖାଇ ତାଙ୍କ ଠାରୁ ୯ ହଜାର ଟଙ୍କା ସହ ଏକ ସୁନା ଚେନ ଏବଂ ଏକ ମୋବଇଲ ନେଇଯାଇଥିବା ଦମ୍ପତି ସୁନାଖଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ ହୋଇ ସୁନାଖଳା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page