ବାଉଁଶ ପୋଲ ପାଲଟିଛି ସ୍ଥାନୀୟ ଗ୍ରାମବାସୀଙ୍କ ଲାଇପଂ ଲାଇନ

0

 

 

ଯାଜପୁର(ସଂକେତ ଖବର ବ୍ୟୁରୋ)

ବାଉଁଶ ପୋଲ ପାଲଟିଛି ସ୍ଥାନୀୟ ଗ୍ରାମବାସୀଙ୍କ ଲାଇପଂ ଲାଇନ । ଏହି ବାଉଁଶ ପୋଲ ସାଜିଛି ଯାଜପୁର ଓ ଭଦ୍ରକ ଜିଲାର ସଂପର୍କର ସେତୁ । ଏ ହେଉଛି ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦତପୁର ଗାଁର ଦୃଶ୍ୟ । ଏଠାରେ ବୈତରଣୀ ନଦୀ ପାର ହେବା ପାଇଁ ନାହିଁ କୌଣସି ସ୍ଥାୟୀ ସେତୁ । ପଂଳରେ ଲୋକେ ଏଭଳି ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି । ପୂର୍ବରୁ ଏହି ନଦୀ ପାର ହେବା ପାଇଁ ଡଙ୍ଗା ବ୍ୟବହାର କରୁଥିଲେ କିନ୍ତୁ ଡଙ୍ଗାବୁଡି ଅନେକ ଲୋକଙ୍କର ପ୍ରାଣହାନି ହେବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତିଆରି ହୋଇଛି ଏହି ବାଉଁଶ ପୋଲ । ନଦୀ ଆର ପଟେ ଭଦ୍ରକ ଜିଲାର କେତେକ ଅଂଚଳ ଯାଜପୁର ଜିଲା ଉପରେ ନିର୍ଭର କରିଥାନ୍ତି,ସେହିପରି ଯାଜପୁର ଜିଲାର କେତେକ ଅଂଚଳବାସୀ ଭଦ୍ରକ ଜିଲା ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏତେ ବଡ ଆବଶ୍ୟକତା ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ଏଠାରେ ସ୍ଥାୟୀ ପୋଲଟିଏ ନାହିଁ । ସ୍ଥାନୀୟ ଲୋକେ ସମସ୍ୟା ନେଇ ଅନେକ ଥର ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ଅବଗତ କରି ମଧ୍ୟ କୌଣସି ସୁପଂଳ ପାଇନାହାଁନ୍ତି । ବାଧ୍ୟ ହୋଇ ନିଜର ଉଦ୍ୟମରେ ତିଆରି ହୋଇଥିବା ବାଉଁଶ ପୋଲ ମାଧ୍ୟମରେ ନଦୀ ପାର ହେଉଛନ୍ତି ଗ୍ରାମବାସୀ । ଏଥିପାଇଁ ଛାତ୍ର ଛାତ୍ରୀ ,ରୋଗୀ ଏବଂ ପ୍ରତ୍ୟେକ ଯାତ୍ରୀଙ୍କୁ ଭଡା ମଧ୍ୟ ଦେବାକୁ ପଡୁଛି । ବାରମ୍ବାର ଦାବୀ ସତ୍ୱେ ଏହି ପୋଲ ନିର୍ମାଣ ହେଉନଥିବାରୁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିିଛି । ସେପଟେ ଏହି ପୋଲ ର ଭିତିପ୍ରସ୍ତର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତା ୧୯ ତାରିଖରେ ଆସିବେ ବୋଲି ବିଂଝାରପୁର ବିଧାୟିକା ସୂଚନା ଦେଇଛନ୍ତି । ଏ ସଂପର୍କ ରେ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଳିକ୍ କରନ୍ତୁhttps://www.facebook.com/sandipt.roy.9/videos/2288198151244376/

https://www.facebook.com/debasis.sahoo.393950/videos/395410541022296/

Leave a Reply

Your email address will not be published. Required fields are marked *

You cannot copy content of this page