ବାଳାଶ୍ରମ ପରିସରରେ ଦକ୍ଷତା ବିକାଶ ଓ ଜୀବନ ଧାରଣ କୈାଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

0

ଯାଜପୁର (ସଂକେତ ଖବର) ଊତ୍କଳ ବାଳାଶ୍ରମ ପରିସରରେ ବିଭିନ୍ନ ବାଳାଶ୍ରମର ଅନ୍ତେବାସୀ ମାନଙ୍କର ଦକ୍ଷତା ବିକାଶ ଏବଂ ଜୀବନ ଧାରଣ କୈାଶଳ ସଂପର୍କରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଚ୍ଥି । ୨୩ ତାରିଖରେ ୱାଇ.ସି.ଡି.ଏ. ର ବରିଷ୍ଠ କାର୍ଯ୍ୟ ପରିଚାଳକ ଅରୁଣ କୁମାର ପ୍ରଧାନ ଯୋଗଦେଇ ପିଲା ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ସହ ସେମାନଙ୍କର ଜୀବନ ଧାରଣ କୈାଶଳ ସଂପର୍କରେ ଆଲୋକପାତ କରିଥିଲେ । ୨୪ ତାରିଖ ପୂର୍ବାହ୍ନରେ ବିଷୟ ବିଷାରଦ ଭାବେ ରୀତାରାଣୀ ଦାସ ଓ ରୂପମ ମହାପାତ୍ର ଯୋଗଦେଇ ବିବିଧ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଶେଷ କରି ପ୍ରତିଟି ପିଲା ଯେପରି ତାହାର ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ କରିବା, ତାହାକୁ ହାସଲ ପାଇଁ ଊଦ୍ୟମ କରିବା ଓ ସେ ସମ୍ମୁଖୀନ ହେଊଥିବା ସମସ୍ୟା ଗୁଡିକୁ ଯେପରି ସମାଧାନ କରିବାକୁ ସକ୍ଷମ ହୋଇପାରିବ, ସେ ସଂପର୍କରେ ବିଷଦ ଆଲୋଚନା କରିଥିଲେ । ବିଭିନ୍ନ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଶିଶୁର ପ୍ରତିଭା ଓ ମନସ୍ତତ୍ତ୍ୱ ବିଷୟରେ ଦୃଷ୍ଟି ରଖି ତାହାର ଭବିଷ୍ୟତ ଗଠନରେ ସହାୟକ ହେବାକୁ ସେମାନେ ଅନୁରୋଧ କରିଥିଲେ । ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ବିନା ଚାପରେ ପିଲାମାନେ ନିଜ ଚିନ୍ତା ଓ ଚେତନାକୁ ପରିବ୍ୟାପ୍ତ କରିବା, ନିଜ ପ୍ରତିଭାକୁ ଅଣଦେଖା ନ କରି ପରିସ୍ପୁଟ କରିବା ଓ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହାସଲ ପାଇଁ କଠୋର ଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୱାଇ.ସି.ଡି.ଏ. ର ସଂଯୋଜକ ଊତ୍କଳ ମାଇତି ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଊତ୍କଳ ବାଳାଶ୍ରମ, ଅନ୍ନପୂର୍ଣ୍ଣା, ଆମ ଘର ଓ ନେସନ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର କର୍ମକର୍ତ୍ତା ଓ ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମଚାରୀ ଅର୍ଚ୍ଚନା କୁମାରୀ ସାମନ୍ତ, ତପନ କୁମାର ପଣ୍ଡା, କାଳୀ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପିଲା ମାନଙ୍କୁ ବରୁଆଁ ଆଇ.ଟି.ଆଇ. କୁ ପରିଦର୍ଶନରେ ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page