ବିଦ୍ୟୁତ ଆଘାତରେ କନଷ୍ଟ୍ରୋକସନ କର୍ମଚାରୀ ମୃତ ।

0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା  ଆଲାରୀ ଗ୍ରାମ ନିକଟରେ ଥିବା  ତ୍ରିଶକ୍ତି କନଷ୍ଟ୍ରୋକସନ କମ୍ପାନୀ କାମରେ ଜଣେ କାର୍ଯ୍ୟରତ ଶ୍ରମିକ କାମ କରିବା ସମୟରେ ବିଦ୍ୟୁତ ଆଘାତ ହୋଇ ମୃତ୍ୟୁ ବରଣ କରିଥିଲେ । ମୃତକ ଜଣକ ହେଲେ  ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳର ତ୍ରିନାଥ ଛତର । ତ୍ରିନାଥ ଆଲାରୀ ଗ୍ରାମ ନିକଟରେ ଥିବା ତ୍ରିଶକ୍ତି କନଷ୍ଟ୍ରୋକସନ କମ୍ପାନୀରେ ରୋଷେୟା ଭାବେ କାମ କରୁଥିଲେ । ହେଲେ ରୋଷେଇ କରିବା ସମୟରେ ହଠାତ  ବିଦ୍ୟୁତ ଆଘାତ ଲାଗି ଗୁରୁତର ହୋଇଯାଇଥିଲେ । ଏହାପରେ କମ୍ପାନୀର ଅନ୍ୟ କର୍ମଚାରୀ ମାନେ ତ୍ରିନାଥଙ୍କୁ  ସଙ୍ଗେ ସଙ୍ଗେ ଦାରିଙ୍ଗବାଡ଼ି ମେଡିକାଲକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇବା ପରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ମେଡିକାଲରେ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୪/୨୧ ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

You cannot copy content of this page