ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀଙ୍କ ୧୦୯ବର୍ଷ ରେ ପରଲୋକ ।

0

ଯାଜପୁର (ସଙ୍କେତ ଖବର) : ବରୀ ର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଶ୍ରୀଯୁକ୍ତ ଅନନ୍ତ ଚରଣ ଧଳଙ୍କର ଆଜି ୧୦୯ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧୀନ ଅରଙ୍ଗାବାଦ ପଞ୍ଚାୟତର ଶତାୟୁ ସ୍ଵାଧୀନତା ସଂଗ୍ରାମୀ ଅନନ୍ତ ଚରଣ ଧଳଙ୍କ ରବିବାର ଅପରାହ୍ନ ୪.୧୦ ଘଟିକାରେ ମୃତ୍ୟୁ ଘଟିଛି ସେ ଦୀର୍ଘ ଦିନ ଧରି ବାର୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସ୍ଵର୍ଗତ ଧଳ ୧୨/୧୨/୧୯୧୨ ରେ ଜନ୍ମ ଗ୍ରହଣ କରିଥିଲେ ସେ ଭାରତ ଛାଡ ଆନ୍ଦୋଳନ ରେ ସାମିଲ ହୋଇଥିଲେ । ସେ ୧୯୪୨ ମସିହାରେ ଭାରତ ଛାଡ ଆନ୍ଦୋଳନରେ ସାମିଲ ହୋଇ କାରାବରଣ କରିଥିଲେ ଓ ଦ୍ୱିତୀୟ ଥର ବରୀ କୁ ଗାନ୍ଧିଜୀଙ୍କ ପଦ ଯାତ୍ରା ସମୟ ରେ ସେ ସାମିଲ ହୋଇ ପୁନର୍ବାର କାରାବରଣ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page