ମରାଣାତ୍ମକ ଆକ୍ରମଣ କରିବାକୁ ପଛାଇଲା ନାହିଁ ସାଙ୍ଗ ।

0

ସୁବର୍ଣ୍ଣପୁର (ସଙ୍କେତ ଖବର): ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଫାଣ୍ଡି ଅର୍ନ୍ତଗତ ଗୋବିନ୍ଦପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାଙ୍ଗର ବେକକୁ ଧାରୁଆ ଅସ୍ତ୍ରରେ ହାଣିଲା ସାଙ୍ଗ । ସାଙ୍ଗ ଜଣକ ଗୁରୁତର ହୋଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ନାଁ ପ୍ରମୋଦ କୁମ୍ଭାର ବୋଲି ଜଣାପଡ଼ିଛି । ପ୍ରମୋଦଙ୍କ ବେକରେ ଗମ୍ଭୀର ଆଘାତ ଲାଗିଛି । ଆଜି ଅପରାହ୍ନ ରେ ପ୍ରମୋଦ ଏବଂ ତାର ସାଙ୍ଗ ମୁକେଶ ବଗର୍ତ୍ତି ଦୁହେଁ ସାଙ୍ଗ ହୋଇ ଗାଁ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ ।ସେଠାରେ ହଟାତ ମୁକେଶ ପ୍ରମୋଦର ବେକକୁ ମାରଣାସ୍ତ୍ର ଦ୍ୱରା ଆକ୍ରମଣ ଲରିଥିଲା ଏବଂ ଫେରାର ହୋଇଯାଇଥିଲା ।ପରେ ପରିବାର ଲୋକେ ଖବର ପାଇ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନା ଆଣିଥିଲେ ଚିକିତ୍ସା କଲାପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏବେ ବୁର୍ଲା ଡାକ୍ତରଖାନା ପଠାଯାଇଛି । ଲଛିପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଜାରି ରଖିଥିବା ବେଳେ ଘଟଣା କେଉଁ କାରଣରୁ ଘଟିଲା ତାହା ଜଣାପଡି ନାହିଁ ।

Leave a Reply

Your email address will not be published. Required fields are marked *

You cannot copy content of this page