ମହିଳାଙ୍କ ଝୁଳନ୍ତା ଶବ ଉଦ୍ଧାର ।

0

ଯାଜପୁର (ସଙ୍କେତ ଖବର) : ଯାଜପୁର ଜିଲା ମଙ୍ଗଳପୁର ଥାନା ମୁରାରୀପୁର ଗାଁ ରେ ଉମାକାନ୍ତ ସାହୁଙ୍କ ଝିଅ ମଧୁସ୍ମିତାଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ମଧୁସ୍ମିତା ଯାଜପୁର ଥାନା ସୁଆର ଗ୍ରାମରେ ପେଂବୃଆରି ମାସରେ ବିବାହ କରିଥିଲେ । ବିବାହ ପରଠାରୁ ଶାଶୁ ଘର ସହିତ ମତାନ୍ତର କୁ ନେଇ ଝଗଡା ଲାଗୁଥିଲା ବୋଲି ଝିଅ ଘର ଲୋକେ କହିଥିଲେ । ମଧୁସ୍ମିତା ଏଥିରେ ରାଗିଯାଇ ନିଜ ବାପ ଘରକୁ ପଳାଇ ଆସିଥିଲେ । ଆଜି ସକାଳୁ ତାଙ୍କ ମୃତ ଦେହ ପ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏ ନେଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଳେ । ପୋଲିସ ଓ ମାଜିଷ୍ଟ୍ରେଟ ଘରେ ପହଂଚିବା ପରେ ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page