ଯାଜପୁରରେ ବିଶ୍ୱ ମାତୃଭାଷା ଦିବସ ପାଳିତ ।

0

ଯାଜପୁର (ସଂକେତ ଖବର):ମାତୃଭାଷାର ଉନ୍ନତି ହିଁ କୌଣସି ଜାତି ପାଇଁ ଏକ ବିଶେଷ ଅବଦାନ ଓ ଗୁରୁତ୍ୱବହନ କରିଥାଏ । କାରଣ ପୃଥିବୀ ପୃଷ୍ଠରୁ ଅନେକ ଭାଷା ବ୍ୟବହାର ଓ ସୁରକ୍ଷା ଅଭାବରୁ ଉଭେଇ ଗଲାଣି । ତେଣୁ ନିଜ ନିଜ ମାତୃଭାଷାର ସୁରକ୍ଷା ଓ ବ୍ୟାପକ ବ୍ୟବହାର ପାଇଁ ପ୍ରତ୍ୟେକ ଉଦ୍ୟମ କରିବାକୁ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଫେବୃଆରୀ ୨୧ତାରିଖ ରବିବାର ବିଶ୍ୱମାତୃ ଭାଷା ଦିବସ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ,ଓଡିଆଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗ ପକ୍ଷରୁ ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ ପରିସରରେଏହି ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ରମାକାନ୍ତ ସାହୁ ମା ଓ ମାତୃଭୂମି ଭଳି ମାତୃଭାଷା ମଧ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆମ ମାତୃ ଭାଷା ଓଡିଆର ବ୍ୟବହାର ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି, ଶିକ୍ଷକ ସୁବାଷ ଚନ୍ଦ୍ର ଜେନା ଓ ମାଳତୀ ପତି ପ୍ରମୁଖ ଯୋଗ ଦେଇ ମାତୃଭାଷାର ସମୃଦ୍ଧି ପାଇଁ ପ୍ରତ୍ୟେକ ସ୍ତରରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ସଂସ୍ଲୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତାକରି ଆମ ମାତୃଭାଷା ଓଡିଆଏକ ପ୍ରାଚୀନ ଭାଷା ଓ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷା ବୋଲି କହିଥିଲେ ।

ଏହା ଯେପରି ସରଳ, ବୋଧଗମ୍ୟ ଓ ସୁନ୍ଦର,ତାହାର ଉଚାରଣ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ସରକାର ଓଡିଆଭାଷାର ସୁରକ୍ଷା, ପ୍ରଚାର ଓ ପ୍ରସାର ପାଇଁ ବହୁବିଧ ବ୍ୟବସ୍ଥା କରିଛନ୍ତି । ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯାଉଛି ବୋଲି କହିବା ସହ ବ୍ୟାପକ ବ୍ୟବହାର ଦ୍ୱାରା ଆମ ଭାଷା ସମୃଦ୍ଧ ହୋଇପାରିବ ବୋଲି ସେ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ବିଦ୍ୟାର୍ଥୀ ଋତୁପର୍ଣ୍ଣାସାମଲ, ଜ୍ୟୋତିଶଙ୍କର ପାଢୀ, ସବ୍ୟସାଚୀବେହେରା, ଶୁଭ୍ରାସିନୀଜେନା ମାତୃଭାଷା ଦିବସ ପାଳନ ସମ୍ପର୍କରେ ମତ ରଖିଥିଲେ । ଶିକ୍ଷୟତ୍ରୀ ମିତାରାଣୀ ନାୟକ, ସୁଶ୍ରୀ ସଂଗୀତା ଶତପଥି, ସବିତାବଳ, ରଂଜିତା ବେହେରା ଓ ଏମ.ଡି ଅକମଲଙ୍କ ସହ ଛାତ୍ରଛାତ୍ରୀମାନେ ଆଲୋଚନାରେ ଅଂଶଗ୍ରହଣକରିଥିଲେ

Leave a Reply

Your email address will not be published. Required fields are marked *

You cannot copy content of this page