“ଯାଜପୁର ଟି-୨୦ ଚ୍ୟାଲେଞ୍ଜର କ୍ରିକେଟ୍”, ନୂଆପଡ଼ା କୁ ପରାସ୍ତ କରି ସ୍ପୋର୍ଟ୍ସ ଏକାଡ଼େମୀ ଯାଜପୁର ରୋଡ଼ ଚାମ୍ପିଆନ

0

ଯାଜପୁର ତା୨୧/୧(ସଂକେତ ଖବର) ଯାଜପୁର ବ୍ଲକ୍ ଅନ୍ତର୍ଗତ ନାଥସାହି ପଂଚାୟତର ମା’ ମଙ୍ଗଳା ସ୍ପୋଟିଂ କ୍ଲବ୍ ଓ ଯାଜପୁର ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସହାୟତାରେ ଚାଲିଥିବା “ଯାଜପୁର ଟି-୨୦ ଚ୍ୟାଲେଞ୍ଜର ଟ୍ରଫ” ଉଦଯାପିତ ହୋଇଯାଇଛି । ଫାଇନାଲ୍ ମ୍ୟାଚ୍‌ରେ ମା’ ମଙ୍ଗଳା କ୍ରିକେଟ୍ କ୍ଳବ୍ ନୂଆପଡ଼ା କୁ ପରାସ୍ତ କରି ସ୍ପୋର୍ଟ୍ସ ଏକାଡ଼େମୀ ଯାଜପୁର ରୋଡ଼ ଚାମ୍ପିଆନ ହୋଇଛି । ସ୍ପୋର୍ଟ୍ସ ଏକାଡ଼େମୀ ଯାଜପୁର ରୋଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମେ ମା’ ମଙ୍ଗଳା କ୍ରିକେଟ୍ କ୍ଳବ୍ ନୂଆପଡ଼ା ନିର୍ଦ୍ଧାରିତ ୨୦ ଓଭର ଖେଳି ୯ ଉଇକେଟ୍ ହରାଇ ୧୪୫ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ସ୍ପୋର୍ଟ୍ସ ଏକାଡ଼େମୀ ଯାଜପୁର ରୋଡ଼ ୧୮.୨ ଓଭର ଖେଳି ୩ ଉଇକେଟ୍ ହରାଇ ୧୪୬ ରନ୍ ସଂଗ୍ରହ କରି ଚାମ୍ପିୟନ୍ ହୋଇଛି ।

ସ୍ପୋର୍ଟ୍ସ ଏକାଡ଼େମୀ ପକ୍ଷରୁ ଆଦିତ୍ୟ ଜେନା ସର୍ବାଧିକ ୪୯ବଲ୍‌ରେ ୮୪ ରନ୍ ସଂଗ୍ରହ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ଆଦିତ୍ୟ ମହାନ୍ତି ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଂଟଣ୍ଟ ହୋଇଥିଲେ । ଏହି ଫାଇନାଲ୍ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, , ସମ୍ମାନିତ ଅତିଥିଭାବେ ଜିଲ୍ଲା ସ୍ପୋର୍ଟ୍ସ ଅଫିସର ଫକୀର ମୋହନ ଟୁଡ଼ୁ, ବରିଷ୍ଠ ବିଜେଡ଼ି ନେତା ତଥା ସମାଜସେବୀ ତୁଷାରକାନ୍ତ ପରିଡ଼ା, ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ଯୁଗ୍ମ ସମ୍ପାଦକ ଜ୍ଞାନଚାନ୍ଦ ଦାସ, ସମ୍ବିତ୍ ରାୟ, ସରୋଜ ଘଡ଼ାଇ, ପ୍ରେମଲତା ଜେନା, ପୂର୍ବତନ ସରପଂଚ ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ଉଭୟ ଚାମ୍ପିଆନ ଓ ରନର୍ସ ଅପ ଦଳକୁ ପୁରସ୍କାରପ ପ୍ରଦାନ କରିଥିଲେ । ଏହି ପୁରସ୍କାର ବିତରଣ ଉତ୍ସବକୁ ସମ୍ବିତ ରାୟ, ଜ୍ଞାନ ଘଡ଼ାଇ, ରାଜେନ୍ଦ୍ର ରାୟ, ଶରତ ଜେନା, ମନୋରଂଜନ ଜେନା,ମହେଶ୍ୱର ନାୟକ, ମୃତ୍ୟୁଞ୍ଜୟ ପହି ପ୍ରମୁଖ ସହଯୋଗ କରିଥିଲେ । ଏହି ମ୍ୟାଚକୁ ଓ.ସି.ଏ ଅମ୍ପାୟାର ଆଶୁତୋଷ ପାଣି ଓ ସୁବ୍ରତ ଜେନା ପରିଚାଳନା କରିଥିବାବେଳେ ସ୍କୋରର ଭାବେ ରାମଚନ୍ଦ୍ର ଜେନା, ମନୋଜ କୁମାର ଜେନା ଓ ସୁରେଶ ସାହୁ ରହିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page