ଯୌତୁକ ଜନିତ ହତ୍ୟା ଅଭିଯୋଗ।

0

ଯାଜପୁର (ସଙ୍କେତ ଖବର): ଦୁଇ ଲକ୍ଷ ଟଙ୍କା କାଳ ହେଲା, ଯୌତୁକ ପାଇଁ ବଧୂ ହତ୍ୟା। ବିବାହର ନଅ ବର୍ଷ ପରେ ବି ମାରିଦେବାକୁ ପଛେଇଲେ ନାହିଁ। ଅଭିଯୋଗ ଆଣିଲେ ଝିଅର ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନିଆଳି ଗ୍ରାମରେ। ଯାହାକି ବଡ଼ଚଣା ଥାନା ଅଞ୍ଚଳର ବେଣାପୁର ଗ୍ରାମର ନାଵନ ମହାପାତ୍ରଙ୍କ ଝିଅ ସସ୍ମିତା ଦୀର୍ଘ ୯ ବର୍ଷ ତଳେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନିଆଳି ଗ୍ରାମର ଧରଣୀଧର ସାମଲଙ୍କ ସାନ ପୁଅ ବିରଞ୍ଚି ସାମଲଙ୍କୁ ଵିଵାହ କରିଥିଲେ। ବିବାହର ରୀତିନୀତି ମୁତାବକ ନଗଦ ଦୁଇ ଲକ୍ଷ ଟଙ୍କା ସୁନା,ରୁପା ଓ ଆସବାବପତ୍ର ଯୌତୁକ ଆକାରରେ ବିରଞ୍ଚିଙ୍କୁ ମିଳିଥିଲା,ମାତ୍ର ବିବାହର କେଇଟା ବର୍ଷ ପରେ ବିରଞ୍ଚିଙ୍କ ପରିବାର ଆଉ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ। ଏପଟେ ସସ୍ମିତାଙ୍କ ବାପା ଆର୍ଥିକ ଅବସ୍ଥା ସୃଦୃଢ଼ ନଥିବା ହେତୁ ସେ ଟଙ୍କା ଦେବାରେ ବିଫଳ ହୋଇଥିଲେ। ବାରମ୍ବାର ସସ୍ମିତାଙ୍କ ଶାଶୁ ଶଶୁର ଓ ସ୍ୱାମୀ ନିର୍ଯ୍ୟାତନା ଦେବା ମଧ୍ୟ ଅଭିଯୋଗ ହେଉଥିବା ସସ୍ମିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସସ୍ମିତାଙ୍କ ବାପା ଓ ଭାଇ ବାଲିଚନ୍ଦ୍ରପୁର ଥାନାରେ

ଝିଅକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦେବା କଥା କହିଛନ୍ତି ସସ୍ମିତାଙ୍କ ପରିବାର। ଏପଟେ ଗୁରୁତର ଅବସ୍ଥାରେ ସସ୍ମିତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପରେ ଗତକାଲି ସସ୍ମିତାଙ୍କ ମୃତ୍ୟୁ ଘଟିଥିବାକୁ ନେଇ ସସ୍ମିତାଙ୍କ ବାପା ଓ ଭାଇ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ହତ୍ୟା କାଣ୍ଡକୁ ସ୍ଥାନୀୟ ଅଞ୍ଚଳରେ ଘୋର ନିନ୍ଦା କରାଯାଇଛି। ଅଭିଯୋଗ ପରେ ବାଲିଚନ୍ଦ୍ରପୁର ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ସହ ସସ୍ମିତାଙ୍କ ଶଶୁର ବିରଞ୍ଚି ସାମଲଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରୀରଖିଛି ବୋଲି ଥାନା ଅଧିକାରୀ ଶୁକାନ୍ତ ପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page