ରଣପୁର ପଞ୍ଚାୟତରୁ ବିଜେପିର ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ

0

ଯାଜପୁର (ସଙ୍କେତ ଖବର): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାର ଆଗୁଆ କଳସ ବସାଇବା ସହ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ବିଭିନ୍ନ ପଞ୍ଚାୟତ ପାଇଁ ଆସନ ସଂରକ୍ଷଣ ପ୍ରସ୍ତାବ ଆସି ସାରିଛି । ଏହି କ୍ରମରେ କୋରେଇ ବିଜେପି ପକ୍ଷରୁ ରଣପୁର ପଞ୍ଚାୟତରୁ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଛି । ସାଁଆଳା ସ୍ଥିତ ମା ସାହାଡାସୁଣି ପୀଠରୁ କୋରେଇ ବିଜେପି ନେତା ବିଶ୍ୱଜିତ୍ ନାୟକ ଆଶୀର୍ବାଦ ନେଇ କଲ୍ୟାଣ ମଣ୍ଡପରେ ଦଳୀୟ କର୍ମୀଙ୍କ ବୈଠକରେ ଯୋଗଦେଇଥିଲେ । ପଞ୍ଚାୟତ ସଭାପତି ପ୍ରତାପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରୀଯୁକ୍ତ ନାୟକ ଯୋଗଦେଇ ସମଗ୍ର କୋରେଇ ତଥା ରଣପୁର ପଞ୍ଚାୟତରେ ଚାଲିଥିବା ଦୁର୍ନୀତିର ମୂଳୋତ୍ପାଟନ କରିବା ପାଇଁ ସମସ୍ତେ ମିଳିମିଶି ଶାସକ ଦଳ ବିରୁଦ୍ଧରେ ଲଢ଼େଇ କରିବାକୁ ପରାମର୍ଶ ଦେବା ସହ ଦଳୀୟ ସଂଗଠନ ମଜବୁତ୍ ପାଇଁ ଏକ ମନ ଓ ଏକ ପ୍ରାଣ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଆଗାମୀ ଦିନରେ କୋରେଇ ବ୍ଲକର ସମସ୍ତ ୨୮ଗୋଟି ପଞ୍ଚାୟତରେ ଏଭଳି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଅନ୍ୟତମ ଅତିଥି ଭାବେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ ଉପସ୍ଥିତ ରହି ଲଢେଇରେ ଅଗ୍ରଭାଗରେ ଯୁବକମାନେ ରହିବା ସହ ଅପାରଗ ନବୀନ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣିବା ପାଇଁ ଆହ୍ବାନ ଦେଇଥିଲେ । ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ ଧଳ କୋରେଇର ବିକାଶରେ ଶାସକ ଦଳ ବାଧକ ସାଜିଥିବା କଥା କହିବା ସହ ରଣପୁର ପଞ୍ଚାୟତ ସଂଗଠନକୁ ସଶକ୍ତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ଯୁବ ସଭାପତି ସରୋଜ ସାହୁ, ଖଗେଶ୍ବର ମହାପାତ୍ର, କାହ୍ନୁ ଚରଣ ମହାପାତ୍ର, ପ୍ରଫୁଲ୍ଲ ଘଡେ଼ଇ, ହରେକୃଷ୍ଣ ସାହା, କୃଷ୍ଣ ଜେନା, କୁନା ଖଟୁଆ, ଜିତେନ୍ଦ୍ର ଜେନା, ସନାତନ ଜେନା, ବିପ୍ଳବ ଶତପଥୀ, ଦଶରଥ ତରେଇ, ସୌରଭ ସାହୁ, ରତ୍ନାକର ହାତୀ, ଅନିରୁଦ୍ଧ ଜେନା, ପୀତବାସ ବାରିକ, ମଇନ ମାଝି,ବାସୁଦେବ ସେନାପତି, ଗଣେଶ ଘଡେ଼ଇ, ରୁନା ମାଝି, ଉଦ୍ଧବ ପ୍ରଧାନ, ଉପେନ୍ଦ୍ର ମହାପାତ୍ର, ଅଶୋକ ମହାପାତ୍ର, ଗୌରାଙ୍ଗ ଜେନା, ଅଲେଖ ମାଝି, ପଦ୍ମନାଭ ସାହୁଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଶେଷରେ ମଣ୍ଡଳ ଯୁବ ସଭାପତି ସୁଜିତ୍ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page