ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର ଅଧିକାରୀ ମାନଙ୍କ କର୍ମଶାଳା ଅନୁଷ୍ଠିତ ।

0

ଯାଜପୁର, ତା ୧୨ା୩ ( ସଂକେତ ଖବର) ପ୍ରତ୍ୟେକ ପିଲା ତାହାର ପରିବାର ବା ଅଭିଭାବକଙ୍କ ସହ ରହିବା ତାହାର ଅଧିକାର । ତେବେ ଅବହେଳିତ ଓ ପିତୃମାତୃହୀନ ପିଲାମାନେ ଯେଉଁମାନେ କି ବିଭିନ୍ନ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ବା ସ୍ୱଧାର ଗୃହ ମାନଙ୍କରେ ରହୁଚ୍ଥନ୍ତି ସେମାନଙ୍କୁ ମଧ୍ୟ ସମ ପରିମାଣରେ ସ୍ନେହ, ଆଦର, ସୁରକ୍ଷା ଯୋଗାଇ ଦେବା ସଂପର୍କରେ ବକ୍ତାମାନେ ମତ ବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଊତ୍କଳ ବାଳାଶ୍ରମ ପରିସରରେ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ଓ ବିଭିନ୍ନ ସ୍ୱଧାର ଗୃହରେ ରହୁଥିବା ପିଲା ମାନଙ୍କ ଯତ୍ନ, ସୁରକ୍ଷା ଓ ଥଇଥାନ ପାଇଁ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀ, କର୍ମଚାରୀ ମାନଙ୍କର ଏକ ଦିବସୀୟ ଅଭିମୁଖୀକରଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଜିଲ୍ଳ୍‌ା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କର୍ମଶାଳାରେ ବିଷୟ ବିଶାରଦ ଭାବେ କଟକ ଶିଶୁ ମଙ୍ଗଳ କମିଟିର ବରିଷ୍ଠ ସଦସ୍ୟ ଚିତ୍ତ ରଂଜନ ମହାନ୍ତି ଶିଶୁ ମାନଙ୍କର ସୁରକ୍ଷା, ଯତ୍ନ, ଅଧିକାର ଓ ଥଇଥାନ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଶିଶୁଟିଏ ଅନୁଷ୍ଠାନକୁ ଆସିବା ପରଠାରୁ ତାହାର ଶିକ୍ଷା, ସଂସ୍କାର, ଖାଦ୍ୟ ପେୟ, ଚିକିତ୍ସା, ସୁରକ୍ଷା ଇତ୍ୟାଦି ପାଇଁ ଅନୁଷ୍ଠାନ ଉତ୍ତରଦାୟୀ ।

ତେଣୁ ସେମାନଙ୍କ ପାଇଁ ନିର୍ଦ୍ଧାରିତ ବ୍ୟବସ୍ଥାର ପାଂଇଲ ପତ୍ର ଊଚିତ ଢଙ୍ଗରେ ଉପସ୍ଥାପନା ଓ ସଂରକ୍ଷଣ, ପିଲା ମାନଙ୍କ ସଂପର୍କରେ ଦୈନିକ ତଥ୍ୟ ଉଲ୍ଲେଖ ଇତ୍ୟାଦି ସହ ପିଲା ମାନଙ୍କ ସହିତ ଦୈନନ୍ଦିନ ବାର୍ତାଳାପ କରିବାକୁ ଓ ସୁ ସଂପର୍କ ରଖିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ । ଏହାଦ୍ୱାରା ପିଲାଟି ଅନୁଷ୍ଠାନର କର୍ମକର୍ତାଙ୍କୁ ଆପଣ।।ର ଭାବିବ । ଯାହା ତାହର ବିକାଶରେ ସହାୟକ ହେବ ବୋଲି ସେ କହିଥିଲେ । ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଶିଶୁ ମାନଙ୍କୁ ଉପଯୁକ୍ତ ସ୍ନେହ ମମତା ଓ ସୁରକ୍ଷା ପ୍ରଦାନ ପାଇଁ ଦାୟିତ୍ୱରେ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଶିଶୁ ସୁରକ୍ଷା ବିଭାଗର ଆଇନ ପରାମର୍ଶଦାତା ତପନ ପଣ୍ଡା, କର୍ମକର୍ତା ମିହିର ପ୍ରସାଦ ମହାନ୍ତି, କାଳୀ ପ୍ରସାଦ ସାହୁ , ଶିଶିର ମଲ୍ଲିକ ପ୍ରମୁଖ ଶିଶୁ ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ । ଜିଲ୍ଳ୍‌ାରେ କାର୍ଯ୍ୟକାରୀ ହେଉଥିବା ୬ ଗୋଟି ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର କର୍ମକର୍ତା ମାନେ ଏଥିରେ ଯୋଗଦେଇ ପ୍ରଶିକ୍ଷଣ ନେବା ସହ ବିବିଧ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page