ଶ୍ରୀଜଗନ୍ନାଥ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟି ନେଲେ ଲୁଟେରା

0

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ):ମଧ୍ୟରାତ୍ରରେ ଶ୍ରୀଜଗନ୍ନାଥ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟି ନେଲେ ଲୁଟେରା । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ରେ । କୋଟଗଡ଼ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟ୍ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଦକ୍ଷିଣା ଟଙ୍କା ସମେତ ପାର୍ଶ୍ଵ ମନ୍ଦିରରୁ ଲକ୍ଷ୍ମୀ ମା’ଙ୍କ ସୁବର୍ଣ୍ଣ ଚିତା ଓ ବିମଳା ମା’ଙ୍କ ସୁବର୍ଣ୍ଣ ନାକ ଗୁଣା ମଧ୍ୟ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ପ୍ରକାରେ ସକାଳୁ ସକାଳୁ ସେବାୟତ ଚନ୍ଦ୍ରଶେଖର ପାଣିଗ୍ରାହୀ ମନ୍ଦିରକୁ ଯିବାପରେ ମନ୍ଦିର କବାଟ ଭାଙ୍ଗିଥିବା ଦେଖି ବଡ଼ ପଣ୍ଡା ଭଗବାନ ପଣ୍ଡାଙ୍କୁ ଜଣାଇଥିଲେ । ପରେ ବଡ଼ ପଣ୍ଡା ପରିଚାଳନା କମିଟିକୁ ଜଣାଇଥିଲେ । ଏହାପରେ ମନ୍ଦିରରେ କମିଟି ସଦସ୍ୟ ପହଞ୍ଚି ସବୁ ଦେଖିବାପରେ ଏନେଇ କୋଟଗଡ଼ ଥାନାରେ ଅଭିଯୋଗ ହୋଇଥି୍ବା ଜଣାପଡ଼ିଛି । ଘଟଣାସ୍ଥଳରେ କୋଟଗଡ଼ ଥାନା ଅଧିକାରୀ ଅଲେଖ ଗରଡ଼ିଆ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛନ୍ତି । ସେପଟେ ଚୋରି ହୋଇଥିବା ଅଳଙ୍କାର ଓ ଦାନ ହୁଣ୍ଡି ଅର୍ଥ ପାଖାପାଖି ୧ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।ଏ ନେଇ କୋଟଗଡ ପୋଲିସ ପକ୍ଷରୁ ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଅଧିକାରୀ ଶ୍ରୀ ଗରଡ଼ିଆ ପ୍ରକାଶ କରିଛନ୍ତି l 

Leave a Reply

Your email address will not be published. Required fields are marked *

You cannot copy content of this page