ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ବଢିଲା କଟକଣା ଅବଧି ।

0

ଉୂବନେଶ୍ୱର(ସଙ୍କେତ ଖବର): ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ବଢିଲା କଟକଣା ଅବଧି। ପୂର୍ବ କଟକଣା ଅନୁସାରେ ଅବଧି ସରିଥିଲେ ହେ, ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ବଢିଲା କଟକଣା। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। କରୋନାର ଦ୍ୱିତୀୟ ଲହରିକୁ ନେଇ ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ବନ୍ଦ ନିମନ୍ତେ ପ୍ରଶାସନ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି। ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ସହ ରଥଯାତ୍ରା ନିତୀ ଶୃଙ୍ଖଳିତ ଓ ସୁଚାର ରୂପେ ପରିଚାଳନା ଏବଂ ସେବାୟତଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି। ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲ ବୈଠକରେ ଜିଲ୍ଲାପାଳ, ଅତିରିକ୍ତ ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page