ସୋମବାର ଦିନ ‘ଆପ୍‌ ଷ୍ଟୋର୍‌’ରେ ରିଲିଜ୍‌ ହେବ ଟ୍ରମ୍ପ୍‌ଙ୍କ ସୋସିଆଲ୍‌ ମିଡିଆ ଆପ୍‌ ‘ଟ୍ରୁଥ୍‌ ସୋସିଆଲ୍‌’

0

ୱାସିଂଟନ୍‌: ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କର ନୂଆ ସାମାଜିକ ଗଣମାଧ୍ୟମ କମ୍ପାନି ‘ଟ୍ରୁଥ୍‌ ସୋସିଆଲ୍‌’ ସୋମବାର ଦିନ ‘ଆପ୍ଲ୍‌ର ଆପ୍‌ ଷ୍ଟୋର୍‌’ ରିଲିଜ୍‌ ହେବ ବୋଲି ଏହାର ‘ଟେଷ୍ଟ୍‌ ଭର୍ସନ୍‌’ରେ ଜଣେ କର୍ମଚାରୀ କରିଥିବା ପୋଷ୍ଟ୍‌ରୁ ଜଣାପଡ଼ିଛି।

ଶୁକ୍ରବାର ରାତିରେ ଏହି ନେଟ୍‌ୱାର୍କର ପ୍ରଡକ୍ଟ୍‌ ଅଫିସର୍ ବିଲି ବି. ପରୀକ୍ଷାମୂଳକ ଭାବେ କିଛି ପୋଷ୍ଟ୍‌ କରିବା। ଏହି ଆପ୍‌ ସଂକ୍ରାନ୍ତରେ ଜନସାଧାରଣ ପଚାରିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ମଧ୍ୟ ସେ ଦେଇଥିଲେ। ଏହି ‘ଆପ୍‌’ କେବେ ରିଲିଜ୍‌ ହେବ ବୋଲି ଜଣେ ପଚାରିବାରୁ ବିଲି ବି. ଉତ୍ତର ଦେଇଥିଲେ ଯେ, ଫେବ୍ରୁଆରି ୨୧ ତାରିଖ ସୋମବାର ଦିନ ଏହା ‘ଆପ୍ଲ୍‌ ଆପ୍‌ ଷ୍ଟୋର୍‌’ରେ ରିଲିଜ୍‌ ହେବା ପାଇଁ ପ୍ରସ୍ତୁତ କରି ରଖାଯାଇଛି।

ଏହି ଆପ୍‌ ଲଞ୍ଚ୍‌ ହେବା ପରେ ଟ୍ରମ୍ପ୍‌ ପୁନଶ୍ଚ ସାମାଜିକ ଗଣମାଧ୍ୟମକୁ ଫେରିବା ଲାଗି ସମର୍ଥ ହେବେ। ୨୦୨୧ ଜାନୁଆରି ୬ ତାରିଖରେ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ‘ୟୁଏସ୍‌ କ୍ୟାପିଟଲ୍‌’ ଆକ୍ରମଣ କରିବା ପରେ ଟ୍ରମ୍ପ୍‌ଙ୍କୁ ‘ଟୁଇଟର୍‌’, ‘ଫେସ୍‌ବୁକ୍‌’ ଏବଂ ‘ୟୁଟ୍ୟୁବ୍‌’ରୁ ନିଷିଦ୍ଧ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ୍‌ ହିଂସା ଉଦ୍ରେକକାରୀ ବାର୍ତ୍ତା ପୋଷ୍ଟ୍‌ କରିଥିବା ଅଭିଯୋଗ ହୋଇଥିଲା।

ଫେବ୍ରୁଆରି ୧୫ ତାରିଖ ଦିନ ଟ୍ରମ୍ପ୍‌ଙ୍କ ବଡ଼ପୁଅ ଡୋନାଲଡ୍‌ ଜୁନିୟର୍‌ ଟ୍ରମ୍ପ୍‌ଙ୍କ ସାମାଜିକ ଗଣମାଧ୍ୟମରୁ ଗୋଟିଏ ପୋଷ୍ଟ୍‌ର ‘ସ୍କ୍ରିନ୍‌ସଟ୍‌’ ‘ଟୁଇଟର୍‌’ରେ ଅପ୍‌ଲୋଡ୍‌ କରିଥିଲେ। ସେଥିରେ ଲେଖାଥିଲା: ପ୍ରସ୍ତୁତ ହୋଇ ରୁହନ୍ତୁ! ଖୁବ୍‌ ଶୀଘ୍ର ଆପଣମାନଙ୍କର ପ୍ରିୟ ରାଷ୍ଟ୍ରପତି ଆପଣମାନଙ୍କୁ ଭେଟିବେ!

Leave a Reply

Your email address will not be published. Required fields are marked *

You cannot copy content of this page