ହରେକୃଷ୍ଣ ମହତାବଙ୍କ ପୁସ୍ତକର ହିନ୍ଦୀ ଅନୁବାଦ ଉନ୍ମୋଚନ କାର୍ଯ୍ୟକ୍ରମରର ସିଧାପ୍ରସାରଣ
![](https://www.sanketkhabar.com/wp-content/uploads/2021/04/IMG_20210409_132044-1024x472.jpg)
ଯାଜପୁର: ହରେକୃଷ୍ଣ ମହତାବ ଫାଉଣ୍ଡେସନ୍ ତତ୍ତ୍ୱାବଧାନରେ ଡ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ପୁସ୍ତକ ଓଡ଼ିଶା ଇତିହାସର ହିନ୍ଦୀ ଭାଷାରେ ଅନୁବାଦ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମର ସିଧାପ୍ରସାରଣ ଯାଜପୁର ସହରର ବିରଜା ମନ୍ଦିର ନିକଟସ୍ଥ ବିରଜା କଲ୍ୟାଣ ମଣ୍ଡପରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପୁସ୍ତକକୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଦିଲ୍ଲୀଠାରେ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ପ୍ରଜାତନ୍ତ୍ରର ବରୀ ପ୍ରତିନିଧି ବାଞ୍ଛାନିଧି ସାହୁ ସଭାପତିତ୍ୱ କରିଥିବାବେଳେ ପ୍ରଜାତନ୍ତ୍ରର ରସୁଲପୁର ପ୍ରତିନିଧି କଳ୍ପତରୁ ପଣ୍ଡା ଓ ପ୍ରଜାତନ୍ତ୍ର ଯାଜପୁରର ପ୍ରତିନିଧି ବିଦ୍ୟାଧର ବେହେରା ସଂଯୋଜନା କରିଥିଲେ । ମୁଖ୍ୟ ଅତିଥିଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗଦେଇ ଡ. ହରେକୃଷ୍ଣ ମହତାବ ଓ ଓଡ଼ିଶା ଇତିହାସରେ ଯାଜପୁରର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତାଭାବେ ଉତ୍କଳ ସାମ୍ବାଦିକ ସଂଘର ଯାଜପୁର ଜିଲ୍ଲା ସଭାପତି ହରିହର ସ୍ୱାଇଁ ଯୋଗଦେଇ ଡ. ହରେକୃଷ୍ଣ ମହତାବଙ୍କ ଲିଖିତ ପୁସ୍ତକକୁ ଶଙ୍କରଲାଲ ପୁରୋହିତଙ୍କ ଦ୍ୱାରା ଅନୁବାଦିତ ପୁସ୍ତକକୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଥିବାରୁ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ମତବ୍ୟକ୍ତ କରିଛନ୍ତି ।
![](https://www.sanketkhabar.com/wp-content/uploads/2021/04/IMG_20210409_121616-edited-scaled.jpg)
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ ଯାଜପୁର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଦୀପ୍ତ କୁମାର ପଣ୍ଡା, କଂଗ୍ରେସ ନେତା ତଥା ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ ନନ୍ଦ, ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ଅରବିନ୍ଦ ଦାସ ପ୍ରମୁଖ ଯୋଗଦେଇ ଡ. ହରେକୃଷ୍ଣ ମହତାବ ଓ ଓଡ଼ିଶା ଇତିହାସ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବଟକୃଷ୍ଣ ମହାପାତ୍ର, ଅଧ୍ୟାପକ ମାମୀ ମହାପାତ୍ର, କଂଗ୍ରେସ ନେତା ବିଷ୍ଣୁଚରଣ ରାଉତ, ଯାଜପୁର ଜିଲ୍ଲା କଂଗ୍ରେସ ଦଳିତ ସେଲର ସଭାପତି ଦୁର୍ଯ୍ୟୋଧନ ବେହେରା, ସାମ୍ବାଦିକ ଭରତ ନାୟକ, ପରମେଶ୍ୱର ବେହୁରିଆ, ସାମ୍ବାଦିକ ସନ୍ତୋଷ ମିଶ୍ର ଓ ବୁଦ୍ଧିଜୀବୀ, ସାମ୍ବାଦିକ, ଶିକ୍ଷାବିତ୍ ପ୍ରମୁଖ ଯୋଗଦେଇ ପୁସ୍ତକ ଉନ୍ମୋଚନର ଅବଲୋକନ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ତପନ ଜେନା, ମାୟାଧର ବେହେରା, ଅଶୋକ କୁମାର ଦାସ, ପ୍ରଭାତ ମଲ୍ଲିକ, ବାଦଲ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରଜାତନ୍ତ୍ରର ଯାଜପୁର ପ୍ରତିନିଧି ବିଦ୍ୟାଧର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।