ହିଙ୍ଗୁଳା ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ; ରାଜ୍ୟସ୍ତରୀୟ ବ୍ରାହ୍ମଣ ମହା ସମ୍ମିଳନୀ
![](https://www.sanketkhabar.com/wp-content/uploads/2021/01/Brahmana-sammilani-1-1-1024x577.jpg)
କୋରେଇ (ସଂକେତ ଖବର): ଯାଜପୁର ଜିଲାର ଦ୍ୱିତୀୟ ଶକ୍ତିପୀଠ ଶଙ୍ଖଚିଲେଶ୍ୱରୀ ମା ହିଙ୍ଗୁଳା ପୀଠରେ ରବିବାର ବିଶ୍ୱଶାନ୍ତି ସପ୍ତସତୀ ଚଣ୍ଡୀ ମହାଯଜ୍ଞ ଓ ରାଜ୍ୟସ୍ତରୀୟ ବ୍ରାହ୍ମଣ ମହା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱରୁ କରୋନା ମହାମାରୀ ସଂପୂର୍ଣ୍ଣ ହଟିଯାଉ ଓ ବିଶ୍ୱବାସୀଙ୍କର କଳ୍ୟାଣ ପାଇଁ ନିମନ୍ତେ ଏହି ଧର୍ମୀୟ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲାରୁ ଶତାଧିକ ବୈଦିକ ବ୍ରାହ୍ମଣ ଯୋଗଦେଇଥିଲେ । ମା ଙ୍କ ଯଜ୍ଞକାର୍ଯ୍ୟରେ ୧୦୮ ଜଣ ବୈଦିକ ବ୍ରାହ୍ମଣ ଯୋଗଦେଇ ଚର୍ଡୀ ପାଠ ସହିତ ଆହୁତି ପ୍ରଦାନ କରିଥିଲେ ।
![](https://www.sanketkhabar.com/wp-content/uploads/2021/01/Brahmana-sammilani-2-1024x473.jpg)
ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଓ ଓଡିଶା ବ୍ରାହ୍ମଣ ସମିତି ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ରାହ୍ମଣ ମହା ସମ୍ମିଳନୀରେ ପଣ୍ଡିତ ଅରୁପାନନ୍ଦ କର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ସତ୍ୟାନନ୍ଦ ଦାସ ମହାରାଜ, ମୁକ୍ତିମଣ୍ଡପ ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର, ପଣ୍ଡିତ ଅମୀୟ ରଞ୍ଜନ ଶତପଥି, ବିଭୁତିଭୂଷଣ କରଶର୍ମା, ରମେଶ ଚନ୍ଦ୍ର ପଣ୍ଡା, ଦୀପକ କୁମାର ଷଡଙ୍ଗୀ, ରାଜେନ୍ଦ୍ର ଦାଶ, ବାସୁଦେବ ମହାପାତ୍ର, ଉଦୟ ଶଙ୍କର ଅଧିକାରୀ, ଚିନ୍ତାମଣି ପାଢ଼ୀ, ବିଷ୍ଣୁମୋହନ ପଣ୍ଡା, ବିଦ୍ୟାଧର ଶତପଥି, ପଣ୍ଡିତ ଜିତୁ ଦାଶ, ଆଚାର୍ଯ୍ୟ ଅଶୋକ ମିଶ୍ର, କୈଳାସ ଚନ୍ଦ୍ର ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇ ବ୍ରାହ୍ମଣ ସମାଜର ନୀତି, ଆଦର୍ଶ ଓ ସେମାନଙ୍କ ବିବିଧ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ପାଣିକୋଇଲି ଥାନା ଅଧିକାରୀ ଚକ୍ରପତି କହଁର, ଯାଜପୁର ଜିଲା ସାମ୍ବାଦିକ ସଂଘର ସଭାପତି ସୁବାଷ ଧଳଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଶଙ୍ଖଚିଲା ହିଙ୍ଗୁଳା କମିଟି , ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ, ପଣ୍ଡିତ ଅରୁପାନନ୍ଦ କରଙ୍କୁ ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ରାଜ୍ୟ ବିଭିନ୍ନ ଜିଲା ସମେତ ଯାଜପୁର ଜିଲାରୁ ବହୁ ବିଜ୍ଞ ପଣ୍ଡିତ ଉକ୍ତ ସଭାରେ ଯୋଗ ଦେଇଥିଲେ । ପଣ୍ଡିତ ଉଦୟ ଶଙ୍କର ଅଧିକାରୀ, ପ୍ରକାଶ ଚନ୍ଦ୍ର ପଣ୍ଡା, କୁନାଚନ୍ଦ୍ର ପାଢ଼ୀ, ପ୍ରଭାକର ପାଣିଗ୍ରାହୀ, ଗିରିଜା ।ଙ୍କର ପାଢ଼ୀ, କମଳେନ୍ଦୁ ମିଶ୍ର, ବାମଦେବ ପାଢ଼ୀ, ପ୍ରହ୍ଲାଦ ନାୟକ, ସନ୍ତୋଷ କୁମାର ମହାକୁଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଜିଲା ମିଡିଆ ପ୍ରଭାରୀ ଚିନ୍ତାମଣି ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।