ନାବାଳିକା କୁ ଦୁଷ୍ମର୍ମ ଅଭିଯୋଗରେ ଆସାମୀ କୁ ୧୦ ବର୍ଷ କାରାଦଣ୍ଡାଦେଶ।

ଯାଜପୁର(ସଙ୍କେତ ଖବର) ନାବାଳିକା ଦୁଷ୍କର୍ମ ଘଟଣାରେ ଯାଜପୁର ପୋକସୋ ଅଦାଲତ ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁସାରେ ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକା ପଡିଶା ଘରକୁ ଟିଭି ଦେଖିବାକୁ ଯାଇଥିଲା। ତେବେ ସଂଧ୍ୟାରେ ଲାଇନ କଟିଯିବାର ସୁଯୋଗ ରେ ଆସାମୀ ଅମରେଶ ପଣ୍ଡା(୩୦) ନାବାଳିକାକୁ ଏକ ଅର୍ଧ ନିର୍ମିତ କୋଠାଘରକୁ ଡାକି ନେଇ ଦୁଷ୍ମର୍ମ କରିଥିଲା। ତେବେ ଏନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଝିଅର ମା ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ତେବେ ଏହି ଅଭିଯୋଗର ବିଚାର କରି ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ପୋକସୋ ଅଦାଲତ ବିଚାରପତି ଜ୍ଞାନେନ୍ଦ୍ର ବାରିକ ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ରାଜୀବ ମହାନ୍ତି ପରିଚାଳନା କରୁଥିଲେ।