ଗୋରୁ ଗାଡି ଡ୍ରାଇଭରକୁ ଆକ୍ରମଣ କରିବା ଅଭିଯୋଗରେ ୩ ଗିରଫ

0

ଧର୍ମଶାଳା (ସଂକେତ ଖବର ): ଯାଜପୁର ଜିଲା ଧର୍ମଶାଳା ଥାନା ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଗୋଶାଳାକୁ ଯାଉଥିବା ଏକ କଂଟେନର ଗାଡିକୁ ଅଟକାଇ ଡ୍ରାଇଭରକୁ ମାଡ ମାରିବା ସହ ଚାନ୍ଦା ମାଗିବା ଅଭିଯୋଗରେ ଧର୍ମଶାଳା ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ ଭୁବନେଶ୍ୱରସ୍ଥିତ ଧ୍ୟାନ ଫାଉଣ୍ଡେସନ ଆନିମଲ ସେଂଟରରୁ ୧୮ ଗୋଟି ଗାଈ (ନଂ-ପିବି ୧୦- ଏଚଇ-୦୩୮୭) କଂଟେନର ଗାଡିରେ ଝାଡଖଣ୍ଡ ଚକୁଳିଆସ୍ଥିତ ଧ୍ୟାନ ଫାଉଣ୍ଡେସନ ଗୋଶାଳାକୁ ଯାଉଥିବା ବେଳେ ରବିବାର ରାତି ପ୍ରାୟ ୮ ଘଟିକା ସମୟରେ ସ୍ଥାନୀୟ ଅଂଚଳର ୪ ଜଣ ଯୁବକ ଗାଡିକୁ ଅଟକାଇ ଡ୍ରାଇଭରକୁ ମାଡ ମାରିବା ସହିତ ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି । ଗାଈ ଗୁଡିକୁ ଏକ ଗୋଶାଳାକୁ ନିଆଯାଉଥିବା କହିବା ସହ ଆବଶ୍ୟକ କାଗଜପତ୍ର ଦେଖାଇଥିଲେ ହେଲେ ଉତ୍ୟକ୍ତ ଯୁବକ ଏହାକୁ ଖାତିର ନକରି ଡ୍ରାଇଭରକୁ ମାଡ ମାରିଥିଲେ । ଖବର ପାଇ ଧର୍ମଶାଳା ପୋଲିସ ସେଠାରେ ପହଁଚି କାଗଜପତ୍ର ଯାଂଚ କରିବା ସହିତ ସେମାନଙ୍କୁ ଉଦ୍ଧାର କରିଥିଲେ । ଏନେଇ ସମ୍ପୃକ୍ତ ସଂସ୍ଥାର ପରିଚାଳକ ଧର୍ମଶାଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ୩୯୪/୨୧ ରେ ଏକ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭାଲୁଖାଇ ଗ୍ରାମର ସଂଜୟ କୁମାର ମିଶ୍ର, ସତ୍ୟରଂଜନ ପାଢୀ ଏବଂ ଦେଉଳି ଗ୍ରାମର ତୁଷାର ଖୁଂଟିଆ ।ଆଜି ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page