ଭତ୍ତାରୁ ବଞ୍ଚିତ ୮୧ ବର୍ଷିୟା ବିଧବା

0

ବିଂଝାରପୁର (ସଙ୍କେତ ଖବର): ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ୮୧ ବର୍ଷିୟା ବିଧବା। ସ୍ଵାମୀଙ୍କ ମୃତ୍ୟୁକୁ ୨୦ ବର୍ଷ ବିତିଲାଣି ତଥାପି ମିଳୁନି ଭତ୍ତା। ଏବେ ଭତ୍ତାକୁ ଚାହିଁଚାହିଁ ୮୧ ବର୍ଷରେ ପହଞ୍ଚିଥିବା ବେଳେ କେବେ ମିଳିବ ଭତ୍ତା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ଲକର ବିଭିନ୍ନ ପଞ୍ଚାୟତରେ ଶତାଧିକ ଅଯୋଗ୍ୟ ଭେଣ୍ଡିଆ ହିତାଧିକାରୀ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ହାତେଇ ଥିବାବେଳେ, ପ୍ରକୃତ ଯୋଗ୍ୟ ହିତାଧିକାରୀ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ବିଂଝାରପୁର ବ୍ଲକର ଜରୀ ପଞ୍ଚାୟତ କୂଳସାହି ଗ୍ରାମର ସ୍ଵର୍ଗତ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କ ବିଧବା ପତ୍ନୀ ବାଳିପ୍ରଭା ସ୍ଵାଇଁ(୮୧) ବିଧବା ଭତ୍ତାକୁ ଚାହିଁଚାହିଁ ଆଶା ମୋଉଳି ଯାଇଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାଳିପ୍ରଭାଙ୍କ ଆଶାରେ ଆଲୋକ ଭରିଦେଇଛି। ସ୍ଵାମୀଙ୍କ ମୃତ୍ୟୁକୁ ୨୦ ବର୍ଷ ବିତିଛି। ଗାଁ ନେତାଙ୍କ ଠାରୁ ଆରମ୍ଭକରି ସରପଞ୍ଚ ଓ ବ୍ଲକ କାର‌୍ୟ୍ୟାଳୟରେ ଭତ୍ତାଫର୍ମ ଦେଇଦେଇ ବିଧବା ବାଳିପ୍ରଭା ଶେଷରେ ଭତ୍ତା ପାଇବାର ଆଶା ଛାଡିଦେଇଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ବିଧବା ହେବାର ୧୫ ଦିନ ମଧ୍ୟରେ ହିତାଧିକାରୀ ପାଇବେ ଭତ୍ତା। ଏହା ଶୁଣିବାପରେ ବାଳିପ୍ରଭାଙ୍କ ଆଶାରେ ଆଲୋକ ଭରିଯାଇଛି। ସେପଟେ ଏସଂପର୍କରେ ସରପଞ୍ଚ ସ୍ଵପ୍ନାମଞ୍ଜରୀ ଲେଙ୍କାଙ୍କୁ ପଚାରିବାରୁ ବଳିପ୍ରଭାଙ୍କ ଭତ୍ତାଫର୍ମ ବ୍ଲକରେ ଜମା କରାଯାଇଥିବା କହିଛନ୍ତି। ସେହିପରି ବିଏସଏସଓ ଧର୍ମେନ୍ଦ୍ର ସାହୁଙ୍କୁ ପଚାରିବାରୁ ଫାଇଲ ଦେଖିଲେ କହିବି ବୋଲି କହିଛନ୍ତି। ତେବେ ବାଳିପ୍ରଭାଙ୍କୁ କେବେ ସରକାରୀ ସହାୟତା ମିଳୁଛି ତାହାହି ଦେଖିବାକୁ ବାକି ରହିଲା ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *

You cannot copy content of this page