ଅବକାରୀ ବିଭାଗର ଚଢାଉ,୪୧ ଲିଟର ଦେଶୀ ମଦ ଜବତ, ୩ ଗିରଫ

0

ଯାଜପୁର (ସଙ୍କେତ ଖବର): ଧର୍ମଶାଳା ଅବକାରୀ ବିଭାଗ ତରଫରୁ ବିଭିନ୍ନ ଗ୍ରାମରେ ଚଢାଉ କରି ୪୧ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ଧର୍ମଶାଳା ଅବକାରୀ ବିଭାଗ ତରଫରୁ ଆଜି ପୂର୍ବାହ୍ନ ୧୦ଟାରେ ଧର୍ମଶାଳା ଥାନା କଣ୍ଟିଗଡିଆ ଗ୍ରାମରେ ଚଢାଉ କରି ଗ୍ରାମର ଅକ୍ଷୟ ଦଳେଇଙ୍କ ଘରୁ ୧୫ ଲିଟର ଦେଶୀ ମଦ ଓ ସ୍ବାଧୀନ ଦଳେଇଙ୍କ ଘରୁ ୨୦ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ବାଲିଚନ୍ଦ୍ରପୁର ଥାନା କଳାଶ୍ରୀ ଗ୍ରାମରେ ଚଢାଉ କରି ବାରିଣି ଦଳେଇଙ୍କ ପୁଅ ଅମୂଲ୍ୟ(୨୭)ଙ୍କ ଘରୁ ୬ ଲିଟର ଦେଶୀ ମଦ ଜବତ କରିବା ସହ ସମସ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି । ଏହି ଚଢାଉ ଧର୍ମଶାଳା ଅବକାରୀ ବିଭାଗ ତରଫରୁ ସବ୍ ଇନିସପେକ୍ଟର ଭବାନୀ ଶଙ୍କର ସେଠୀ,ଏଏସଆଇ ଚକ୍ରଧର ଦାସ,ବିଶ୍ବନାଥ ଜେନା,କନେଷ୍ଟବଳ ଶିଶିର ପ୍ରଧାନ,ସୁଚିତ୍ରା ନାୟକ ଓ ମାଳତୀ ମାଝି ପ୍ରମୁଖ ସାମିଲ୍ ଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page