ବରୁଣ ଗାନ୍ଧୀଙ୍କ ୫ ବର୍ଷୀୟ ଗ୍ରାଜୁଏଟ ଝିଅ

0

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅଣନାତୁଣୀ ତଥା ବରୁଣ ଗାନ୍ଧୀଙ୍କ ୫ ବର୍ଷିୟା କନ୍ୟା ଅନସୂୟା ଗାନ୍ଧୀ ଦେଶର ଅନ୍ୟତମ କନିଷ୍ଠ ଗ୍ରାଜୁଏଟ୍ ଭାବରେ ପରିଗଣିତ ହୋଇଛନ୍ତି। ବିଜେପି ନେତା ତଥା ସାଂସଦ ବରୁଣ ଗାନ୍ଧୀ ଝିଅ ଅନସୂୟାର ସଫଳତାକୁ ନେଇ ଖୁସି ପ୍ରକଟ କରିବା ସହ ଜଣେ ଗର୍ବିତ ପିତା ଭାବରେ ନିଜକୁ ଧନ୍ୟ ମନେକରି ନିଜ୍ ଟୁଇଟର ପେଜରେ ସୂଚନା ଦେଇଛନ୍ତି।

ଅନସୂୟା ହେଉଛନ୍ତି ବରୁଣ ଏବଂ ଜାମିନୀଙ୍କର ଏକମାତ୍ର କନ୍ୟା ଭାବରେ ୨୦୧୪ ଅଗଷ୍ଟ ମାସରେ ଜନ୍ମ ଗ୍ରହଣ କରିଛନ୍ତି। ଶ୍ରେଣୀରେ ସବୁଠାରୁ କନିଷ୍ଠ ଛାତ୍ରୀ ଭାବରେ ଅନସୂୟା ପ୍ରଥମ ବର୍ଷ ଶେଷକରି ଦ୍ବିତୀୟ ବର୍ଷରେ ପଦାର୍ପଣ କରିଥିବା କଥା ବରୁଣ ଗାନ୍ଧୀ ଜଣାଇଛନ୍ତି। ଏକ କଳା ରଙ୍ଗର ପୋଷାକ ସହ ମୁଣ୍ଡରେ ସ୍ନାତକର ଟୋପି ପିନ୍ଧା ହସହସ ମୁହଁ ସମସ୍ତଙ୍କୁ ବିସ୍ମିତ କରିଦେଇଛି।

ଏଠାରେ ସ୍ମରଣଯୋଗ୍ୟ ବରୁଣ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କନିଷ୍ଠ ପୁତ୍ର ସଞ୍ଜୟ ଗାନ୍ଧୀ ଓ ମାନେକା ଗାନ୍ଧୀଙ୍କ ସୁପୁତ୍ର ଭାବରେ ଭାରତୀୟ ଜନତା ପାର୍ଟିରୁ ସଂସଦକୁ ଲଗାତର ନିର୍ବାଚିତ ହୋଇ ଆସୁଛନ୍ତି।

ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page