ଖୋଲିଲା ମିର୍ଜାପୁର ଡବଲ ମର୍ଡର ସସପେନ୍ସ, କିନ୍ନର ଙ୍କ ପାଇଁ ହୋଇଥିଲା ହତ୍ୟାକାଣ୍ଡ।

0

ପାଣିକୋଇଲି(ସଂକେତ ଖବର)ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମିର୍ଜାପୁର ଗାଁ ନିକଟରୁ ମିଳିଥିବା ଦୁଇଟି ମୃତଦେହ ଘଟଣା ଦୁର୍ଘଟଣା ଜନିତ ନୁହେଁ ବରଂ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସୂଚନା ଦେଇଛନ୍ତି ଏସ ପି ରାହୁଲ ପି ଆର। ଏହି ହତ୍ୟାକାଣ୍ଡ ପଛରେ ଦେହ ବ୍ୟବସାୟ ଓ ପରକିୟା ପ୍ରୀତି ବୋଲି ଜଣାପଡିଛି। ଆଜି ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତ 7 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ କିନ୍ନର ଏବଂ ଜଣେ ନାବାଳକ ରହିଥିବା ସୂଚନା ମିଳିଛି। ଗତ ୩ ତାରିଖ ଦିନ  ପାଣିକୋଇଲି ଥାନା ମିର୍ଜାପୁର ଗାଁ ନିକଟରୁ  ଜହ୍ନା ଗାଁର  ବିଜୟ ସାହୁ ଓ ମାନସ ଦାସଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।

ପୋଲିସ ଘଟଣା ର ତଦନ୍ତ କରି ଉଭୟ ଙ୍କ କଲ ଡ଼ିଟେଲ ଯାଞ୍ଚ କରିବା ପରେ ଏହି 7 ଜଣଙ୍କୁ ଗିରଫ କରିଛି। ଉଭୟ ମୃତକ ଙ୍କ ସହିତ ଦୁଇ ଜଣ କିନ୍ନର ଙ୍କ ମଧ୍ୟରେ ଯୌନ ସମ୍ପର୍କ କୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଥିଲା। କିନ୍ନର ମାନଙ୍କ ସହିତ ଭଦ୍ରକ ଜିଲାର 5 ଜଣ ମିଶି ଉଭୟ ବିଜୟ ଏବଂ ମାନସ ଙ୍କୁ ହତ୍ୟା କରିଥିବା ପୋଲିସ ଅନୁସନ୍ଧାନ ରୁ ଜାଣିବାକୁ ପାଇଥିଲା।  ଭଦ୍ରକ ଜିଲାର ଅଭିଯୁକ୍ତ ମାନେ ହେଲେ  ସତ୍ୟଜିତ ବେହେରା , ମନୋଜ ସାହୁ,ରାଜେନ୍ଦ୍ର ସାହୁ ଓ ମନୋଜ ବେହେରା। ଏମାନଙ୍କ ସହିତ ଦୁଇ ଜଣ କିନ୍ନର ଓ ଜଣେ ନାବାଳକ ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଏସ ପି ରାହୁଲ ପି ଆର।

Leave a Reply

Your email address will not be published. Required fields are marked *

You cannot copy content of this page