ମହଙ୍ଗା ପଡିଲା ଓଡିଆଙ୍କୁ ଅସମ୍ମାନ,ଅଭିଜିତକୁ ଗିରପଂ କଲା ପୋଲିସ

0

ନୂଆଦିଲ୍ଲୀ: ଓଡ଼ିଶା, ଓଡ଼ିଅା ଙ୍କ ପ୍ରତି ଆକ୍ଷେପମୂଳକ ଓ ଅପମାନଜନକ ମନ୍ତବ୍ୟ ଦେଇଥିବା  ଅଭିଜିତ ଆୟାର ମିତ୍ରଙ୍କୁ  ଓଡ଼ିିଶା ପୁଲିସ ନୂଆଦିଲ୍ଲୀର ନିଜାମ୍ମୁଦ୍ଦିନ ଥାନା ଅଞ୍ଚଳରୁ ଗିରଫ କରିଥିବା ଜଣାପଡ଼ିଛି।  ଏ ନେଇ ଅଭିଜିତଙ୍କ ବନ୍ଧୁ ଆରତି ଟିକୋ ସିଂହ ଟ୍ଵିଟ୍‌ କରିବା ପରେ ଘଟଣା ଜଣାପଡ଼ିଛି।  ମିଳିଥିବା ସୂଚନାରୁ , ଅଭିଜିତ ଆୟାର ମିତ୍ରଙ୍କୁ ନିଜାମ୍ମୁଦ୍ଦିନ ପୁଲିସ ସହୟତାରେ ଓଡ଼ିଶା ପୁଲିସ ତାଙ୍କ ବାସଭବନରୁ ଆଣି  ଥାନାରେ ପଚରାଉଚରା କରିଥିଲା। ସେଠାରେ ଓଡ଼ିଶା ପୁଲିସର ଅଧିକାରୀମାନେ ଅଭିଜିତଙ୍କୁ ଗିରଫ କରି  ସାକେତ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ଅଭିଜିତଙ୍କୁ ରିମାଣ୍ଡରେ ଓଡ଼ିଶା ଅଣାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷେ  ଅଭିଜିତଙ୍କ ବନ୍ଧୁ ଆରତି ଟିକୋ ସିଂହ  କହିଛନ୍ତି ଯେ ଅଭିଜିତଙ୍କ ବ୍ୟଙ୍ଗ ପାଇଁ ଶେଷରେ ତାଙ୍କୁ ଓଡ଼ିଶା ପୁଲିସ ଗିରଫ କରିଛିି। ଏକଥା ଆରତି ଟିକୋସିଂହ ସିଂହ ଟ୍ଵିଟର ମାଧ୍ୟମରେ ଜଣାଇଛନ୍ତି।

କୋଣାର୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ ଅଭିଜିତ ଆୟାର ମିତ୍ର । ଏହାପରେ ଓଡିଶା ସମ୍ପର୍କରେ ସେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । କୋଣାର୍କ ମନ୍ଦିରକୁ ଅପମାନ କରିବା ସହ ଓଡ଼ିଶାକୁ ଏକ ‘ଘଟିଆ’ ବା ଖରାପ ରାଜ୍ୟ ବୋଲି କହିଥିଲେ ଅଭିଜିତ ।  ମନ୍ଦିରରେ ଏପରି ଅଶ୍ଳୀଳ ଚିତ୍ର ଖୋଦିତ ହୋଇଛି, ଏହା କିପରି ଏକ ପବିତ୍ର ସ୍ଥାନ ହୋଇପାରିବ ବୋଲି ସେ ଭିଡ଼ିଓରେ ଜରିଆରେ କହିଥିଲେ । ହିନ୍ଦୁମାନଙ୍କ ବିରୋଧରେ କୋଣାର୍କ ମନ୍ଦିର ମୁସଲମାନ ଶାସକଙ୍କ ଏକ ଷଡଯନ୍ତ୍ର ବୋଲି  ମନ୍ତବ୍ୟ ଦେଇଥିଲେ ।

ଓଡିଶାକୁ ନୀଚା ଦେଖାଇବାକୁ ଯାଇ କହିଥିଲେ ଓଡିଶାକୁ ଆବିଷ୍କାର କରିଥିଲେ ବଙ୍ଗାଳି । ଓଡିଶା ଭଳି କିଛି ନାହିଁ, ଏହା ବେଙ୍ଗଲର ଏକ ଅଂଶ । ଜଗନ୍ନାଥ ପ୍ରକୃତରେ କୋଲକାତାର ଦେବତା ବୋଲି ମଧ୍ୟ କହିଥିଲେ ।  ନିଜ ଟ୍ୱିଟରେ ଅଭିଜିତ ରାଜ୍ୟର ବିଧାୟକଙ୍କ ଉପରେ ବି ନକାରାତ୍ମକ ମନ୍ତବ୍ୟ ଦେଇଥିଲେ । ଓଡ଼ିଶାର ବିଧାୟକ ‘ବୁଦ୍ଦୁ’ ବୋଲି ସେ କହିବାକୁ ପଛାଇ ନ ଥିଲେ। ଏହା ପରେ ଏହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆଜି ବିଧାନସଭାରେ ଏହାକୁ ନେଇ ଦଳମତ ନିର୍ବିଶେଷରେ ସବୁ ଦଳ ନିନ୍ଦା କରିଥିଲେ । ଏପରିକି ସ୍ୱାଧୀକାର ଭଙ୍ଗ ନୋଟିସ ବି ଆଣିଥିଲେ ବିରୋଧୀ ଦଳ ନେତା । ଅଭିଜିତଙ୍କ ମନ୍ତବ୍ୟ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହେବା ସହିତ  ତାଙ୍କ ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଗୃହୀତ ହୋଇଛି। ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ମଧ୍ୟ ଗଠନ କରାଯାଇଛି।

Leave a Reply

Your email address will not be published. Required fields are marked *

You cannot copy content of this page