ଅଭିମନ୍ୟୁଙ୍କ ସାହତ୍ୟ ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।

0

ଯାଜପୁର (ସଂକେତ ଖବର ବ୍ୟୁରୋ)
ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ପରିସରରେ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗଦେଇ ରୀତିଯୁଗୀୟ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ସାହିତ୍ୟ ଓ କବିତାର ତୁଳନା ନାହିଁ । ସମଗ୍ର ଓଡିଆ ସାହିତ୍ୟ ଜଗତକୁ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ମତ ବ୍ୟାକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ରାଜକିଶୋର ପଣ୍ଡାଙ୍କ, ଅଭିମନ୍ୟୁ ସାହିତ୍ୟର ଗବେଷକ ଡଃ ଅଭିମନ୍ୟୁ ବରାଳ, ଶିକ୍ଷାବିତ ବିପିନ୍ ବିହାରୀ ଧଳ ପ୍ରମୁଖ ଯୋଗଦେଇ ରୀତିଯୁଗୀୟ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ସାହିତ୍ୟ ଓ କବିତାର ତୁଳନା ନାହିଁ । ସମଗ୍ର ଓଡିଆ ସାହିତ୍ୟ ଜଗତକୁ ତାଙ୍କର ଅବଦାନ ଚିରସ୍ମରଣୀୟ । ରାଧାକୃଷ୍ଣଙ୍କ ବିରହକୁ କବିତାର ରୂପ ଦେଇ ସେ ଯେଉଁ କାଳଜୟୀ ରଚନା କରିଯାଇଛନ୍ତି ତାର ବ୍ୟାପକ ପ୍ରଚାର ପ୍ରସାର ହେବା ନିହାତି ଆବଶ୍ୟକ । ଅଭିମନ୍ୟୁଙ୍କର ସ୍ୱତନ୍ତ୍ର ଲିଖିନିକୁ ନେଇ ତାଙ୍କୁ ପରବର୍ତ୍ତୀ ସମୟରେ ବିଦଗ୍ଧ କବିର ଆଖ୍ୟା ଦିଆଯାଇଥିବା ବେଳେ ଯାଜପୁର ଜିଲ୍ଲାର ଏହି ବରପୁତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଯାଏ ସେଭଳି କୌଣସି ସ୍ମରଣୀୟ ପଦକ୍ଷେପ ଗ୍ରହଣ କରିପାରିନାହାଁନ୍ତି ବୋଲି କବିଙ୍କ ୨୫୯ ତମ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ସଂସ୍କୃତି ପରିଷଦର ସହଯୋଗରେ ଅଭିମନ୍ୟୁ ସାଂସ୍କୃତିକ ପରିଷଦ ପକ୍ଷରୁ ପବିତ୍ର ମାଘସପ୍ତମୀ ତିଥିରେ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଉକ୍ତ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ଡା. ରାଜକିଶୋର ପଣ୍ଡାଙ୍କ ସଭାପତିତ୍ୱ କ୍ରମେ ମୁଖ୍ୟଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଅଭିମନ୍ୟୁ ସାହିତ୍ୟର ଗବେଷକ ଡଃ ଅଭିମନ୍ୟୁ ବରାଳ ଏହି କାର୍ଯ୍ୟକ୍ରମରେ କବିଙ୍କ କୃତୀ ସଂପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ଅଭିମନ୍ୟୁ ପ୍ରେମୀ ଶିକ୍ଷାବିତ ଦେବପ୍ରସାଦ ସାମଲ ଯୋଗଦେଇ ମଧ୍ୟ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସାଂସ୍କୃତିକ ପରିଷଦ ପକ୍ଷରୁ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଶିକ୍ଷାବିତ ବିପିନ୍ ବିହାରୀ ଧଳଙ୍କୁ ବିଦଗ୍ଧ କବି ସମ୍ମାନ-୨୦୧୯ ରେ ସମ୍ମାନୀତ କରାଯାଇଥିଲା । ସଂପାଦକ କୈଳାଶ ଚନ୍ଦ୍ର ନାୟକ ପ୍ରାକ୍ ସୂଚନା ସହ ବିବରଣୀ ପାଠ କରିଥିବା ବେଳେ ଅନ୍ୟତମ କର୍ମକର୍ତ୍ତା ମନ୍ମଥ ରାୟ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ସଭାପତି ଡା. ପଣ୍ଡାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “କଳିଯୁଗ ଶେଷ” ମଞ୍ଚସ୍ଥ କରାଯାଇଥିଲା । ବିଶ୍ୱ ଶାନ୍ତିର ବାର୍ତ୍ତା ବହନ କରୁଥିବା ଉକ୍ତ ନାଟକରେ ବିଶିଷ୍ଟ ସଂଗୀତକାର ଦିନେଶ ମଲ୍ଲିକ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ବରିଷ୍ଠ ସଭ୍ୟ ଧ୍ରୁବ ଦାସ, ଡଃ ଗିରିଶ ବିହାରୀ ମିଶ୍ର, ଶିକ୍ଷାବିତ ନିତ୍ୟାନନ୍ଦ ମିଶ୍ର, ସୁବାଷ ତ୍ରିପାଠୀ, ପ୍ରଦୀପ ଜେନା, ସନ୍ତୋଷ ଦାସ, ସତ୍ୟରଞ୍ଜନ କର, ଶରତ ମୁଦୁଲୀ, ରବି ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସେହିପରି ବିଦଗ୍ଧ କବି ଙ୍କ ଜନ୍ମପୀଠ ବାଲିଆ ଠାରେ ଅଭିମନ୍ୟୁ ସାହିତ୍ୟ ପରିଷଦର ସ୍ଥାୟୀ ସଂଯୋଜକ ତଥା ଓଡିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରମୋଦ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଅଭିମନ୍ୟୁ ସାହିତ୍ୟ ପରିଷଦର ମିଳିତ ଆନୁକୁଲ୍ୟରେ କବିଙ୍କର ୨୫୯ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ସଭାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକା, ସମାଲୋଚିକା, ତଥା ଅନୁବାଦିକା ଡ.ଶକୁନ୍ତଳା ବଳ୍ୟିାର ସିଂ ଯୋଗଦେଇ ଅଭିମନ୍ୟୁ ସାହିତ୍ୟକୁ ଭାବନାରେ କେବଳ ରୂପ ଦେଇ ହେବ ନାଚେତ କବି ଯେଉଁ ଅପ୍ରାକୃତ ଶବ୍ଦ ବ୍ୟବହାର କରିଛନ୍ତି ତାହା ବାସ୍ତବରେ ଅବର୍ଣ୍ଣନୀୟ , ପ୍ରେମରେ ମାତିବା , ପ୍ରେମରେ ନିଜକୁ ମଜାଇ ଦେବା ହଜାଇ ଦେବା ତାପରେ କବିଙ୍କ ରଚନା କୁ ସଠିକ ଭାବରେ ବୁଝିହେବ । ରାଧା କୃଷ୍ଣଙ୍କ ପ୍ରେମକୁ ଏପରି ମାର୍ଜିତ ଓ ନିଖୁଣତାର ସହ ବର୍ଣ୍ଣନା ଉତ୍କଳରେ କେହି କବି କରି ନାହାନ୍ତି କିମ୍ବା ୧ ହଜାର ବର୍ଷ ପର୍ଯ୍ୟନ୍ତ ତାହାର ସମକକ୍ଷ ହେବା ସମ୍ଭବ ହେବନାହିଁ , ଅଭିମନ୍ୟୁ ସାହିତ୍ୟ ଉତ୍କଳ ଭାଷା ଜନନୀକୁ ରୁଦ୍ଧିମନ୍ତ କରିଛି ବୋଲି ଦୃଢକଣ୍ଠରେ କହିଥିଲେ । ଭବିଷ୍ୟତ ପୀଢିକୁ ମାନବୀୟ ପ୍ରେମରେ ଉଦ୍ବୁଦ କରିବା ପାଇଁ ଆହ୍ୱାନ ଦେଇଥିଲେ ମୁଖ୍ୟବକ୍ତା ଗୋବିନ୍ଦ ଚନ୍ଦ୍ର ଲେଙ୍କା । , ଅଭିମନ୍ୟୁଙ୍କ ପ୍ରେମ ଓ ସୈାନ୍ଦର୍ଯ୍ୟ ତତ୍ତ୍ୱର ବର୍ଣ୍ଣନା ଶୈଳୀ ବିଶ୍ୱସାହିତ୍ୟରେ ବିରଳବୋଲି ଅଭିବ୍ୟକ୍ତି କରିଥିଲେ ସମ୍ମାନୀତ ଅତିଥି ସଂଯୁକ୍ତା ମହାପାତ୍ର । କବିଙ୍କ ସମଗ୍ର ରଚନା ବଳିକୁ ସଂକ୍ଷିପ୍ତ ରେ ଅବତାରଣା କରିବା ସହିତ ଛନ୍ଦ ସାହିତ୍ୟର ବର୍ଣ୍ଣନା ଦିଗନ୍ତ ବିସ୍ତାରୀ ବୋଲି ଅଭିହିତ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସଂଜୟ କୁମାର ଛୁଆଳ ସିଂ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥ୍ôୟଲେ । ସାହିତ୍ୟ ପରିଷଦର ସଂପାଦକ ପାବକ ମହାପାତ୍ର ଅଭିଭାଷଣ ପ୍ରଦାନ କରିଥିବା ବେଳେ , ଅଧ୍ୟାପିକା ପ୍ରଗତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ ସାହିତ୍ୟ ପରିଷଦ ତରଫରୁ କବିଙ୍କ ସମାଧୀ ପିଠକୁ ୬ଶହରୁ ଅଧିକ ଛାତ୍ର ଛାତ୍ରୀ ଶୋଭା ଯାତ୍ରା ରେ ଯାଇଥିଲେ ଶେଷରେ ଭୂବନେଶ୍ୱରର ସିତାଂସୁ ରାଉତ ଓ ସାଥୀଙ୍କ ଦ୍ୱାରା ଭଜନ ପରିବେଶଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page