ଚଣ୍ଡିଖୋଲ ନିକଟରେ ଦୁର୍ଘଟଣା, ସ୍କୁଟି ଚାଳକ ଗୁରୁତର।
![](https://www.sanketkhabar.com/wp-content/uploads/2020/05/IMG-20200528-WA0029-1024x576.jpg)
ବଡ଼ଚଣା(ସଂକେତ ଖବର)
ଆଜି ସକାଳ ପ୍ରାୟ ୯ ଟା ସମୟରେ ଚଣ୍ଡିଖୋଲ ଛକ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ରେ ଏକ ଟ୍ରକ ପଛରେ ପିଟି ହୋଇ ସ୍କୁଟି ଚାଳକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଛତିଆ ଅଞ୍ଚଳର ଯୁବକ ଗିରିସ୍ ପାତ୍ର ତାଙ୍କ ସ୍କୁଟି ଯୋଗେ କୌଣସି କାମରେ ଚଣ୍ଡିଖୋଲ ଆସି ଥିଲେ । ଆସିବା ବାଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଛିଡା ହୋଇ ଥିବା ଟ୍ରକ ପଛରେ ପିଟି ହୋଇ ଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗ ରେ ତାଙ୍କୁ ଡାକ୍ତରଖାନା ପଠାଯାଇଥିଲା।ଚଣ୍ଡିଖୋଲ ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।