ଯାଜପୁର ଧର୍ମଶାଳାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା.୩ ମୃତ. ୨ ଗୁରୁତର
![](https://www.sanketkhabar.com/wp-content/uploads/2020/08/IMG-20200807-WA0008-768x1024.jpg)
ଧର୍ମଶାଳା(ସଙ୍କେତ ଖବର)ଧର୍ମଶାଳା ଥାନା ରଥିଆ ଛକ ଠାରେ ସଡକ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ ଭୁବନେଶ୍ବରରୁ ଏକ କାର ଯୋଗେ ଗୋଟିଏ ପରିବାର ସଦସ୍ୟ ପଶ୍ଚିମବଙ୍ଗର ମେଦିନାପୁରକୁ ଯାଉଥିବା ବେଳେ ଧର୍ମଶାଳା ଥାନା ରଥିଆ ଛକ ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଶକ୍ତ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ୨ ଜଣ ଗୁରୁତରଙ୍କୁ ଧର୍ମଶାଳା ଡାକ୍ତର ଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଉଛି। ମୃତକଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ପୁଲିସ ଘଟଣାସ୍ଥଳେ ପହଂଚି ଗାଡିକୁ ଜବତ କରିଛି।