ପାଣିକୋଇଲି ଟୋଲଗେଟ ନିକଟରେ ଆମ୍ବୁଲାନ୍ସ ସହିତ ଟ୍ରକ ଧକ୍କା

0

ପାଣିକୋଇଲି(ସଂକେତ ଖବର) ଯାଜପୁର ଜିଲ୍ଲା ପାଣିକୋଇଲି ଟୋଲ ଗେଟ ନିକଟରେ ଆମ୍ବୁଲାନ୍ସ ସହିତ ଟ୍ରକ ମଧ୍ୟରେ ଧକ୍କା। ପଶ୍ଚିମବଙ୍ଗରେ ରୋଗୀ ଛାଡି ଭୁବେନେଶ୍ୱର ଫେରୁଥିବା ଏକ ଆମ୍ବୁଲାନ୍ସକୁ ଏକ ଟ୍ରକ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣା ପରେ ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ତେବେ ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ହାତଗୋଡରେ ମଧ୍ୟ ଗୁରୁତର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭରକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

You cannot copy content of this page